ବୀମା ସପ୍ତାହରେ ଏଲଆଇସି ଅଭିକର୍ତ୍ତା ସଂଘର ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):୬୬ତମ ବୀମା ସପ୍ତାହ ପାଳନ ଅବସରରେ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ବାଲେଶ୍ୱର ଏଜେଣ୍ଟ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ସର୍ବ ଭାରତୀୟ ଏଲଆଇସି ଏଜେଣ୍ଟ ମହାସଂଘର ଆହ୍ୱାନ କ୍ରମେ ଏହି ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଆୟୋଜିତ କରାଯାଇଥିବା ସଂଗଠନର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । ବୀମାଧାରକଙ୍କୁ ପ୍ରଦାନ ହେଉଥିବା ଋଣର ସୁଧହାର ହ୍ରାସ କରିବା, ପ୍ରତ୍ୟେକ ଦେୟ ଉପରୁ ଜିଏସଟି ଛାଡ, ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିଥିବା ବୀମା ପୁନଃ ପ୍ରଚଳନ ପାଇଁ ବ୍ୟବସ୍ଥା, ଅଭିକର୍ତାମାନଙ୍କ ଗ୍ରାଚ୍ୟୁଇଟି, ଗ୍ରୁପ ଇନସ୍ୟୁରାନ୍ସ ଓ ସ୍ୱାସ୍ଥ୍ୟବୀମା ଅନୁଦାନ ବୃଦ୍ଧି, ଅଭିକର୍ତାଙ୍କ ସନ୍ତାନଙ୍କ ଉଚ୍ଚଶିକ୍ଷା ପାଇଁ ଋଣ ବ୍ୟବସ୍ଥା ପ୍ରଭୃତି ଦାବି ନେଇ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସେମାନେ ସୂଚନା ଦେଇଛନ୍ତି । ଭାରତୀୟ ଜୀବନ ବୀମା ନିଗମର ଅଭିବୃଦ୍ଧି ହାର ଆଶାତୀତ ବଢ଼ିଥିବା ବେଳେ ଅଭିକର୍ତ୍ତାଙ୍କୁ ବୋନସ ପ୍ରଦାନରେ କର୍ତ୍ତୃପକ୍ଷ କାହିଁକି କାର୍ପଣ୍ୟତା ଦେଖାଉଛନ୍ତି ବୋଲି ସଂଘର କର୍ମକର୍ତ୍ତା ପ୍ରଶ୍ନ କରିଛନ୍ତି । ଅଭିକର୍ତ୍ତା ଓ ବୀମାଧାରକଙ୍କ ସ୍ୱାର୍ଥରକ୍ଷା ପାଇଁ ଭାରତୀୟ ଜୀବନ ବୀମା ନିଗମ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏହା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ବାଲେଶ୍ୱର ଏଲଆଇସି ଅଭିକର୍ତ୍ତା ସଂଘର ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ଦୟାନିଧି ଜେନା, ପୂର୍ବତନ ସଭାପତି ଜଗନ୍ନାଥ କର, ଉପ-ସଭାପତି ସୂର୍ଯ୍ୟନାରାୟଣ ରଥ, ସହ ସମ୍ପାଦକ ଅଞ୍ଜନ କୁମାର ସାଉ, କୋଷାଧ୍ୟକ୍ଷ ବସନ୍ତ କୁମାର ହୋତା, ନନିଗୋପାଳ ମହାନ୍ତି, ଅଭୟନନ୍ଦ ଗୋସ୍ୱାମୀ, ବସୁରଞ୍ଜନ ଦାସ ପ୍ରମୁଖଙ୍କ ସମେତ କଟକ ମଣ୍ଡଳର ମୁଖ୍ୟ ଜୀବନ ବୀମା ଉପଦେଷ୍ଟା ଏବଂ ଶତାଧିକ ଅଭିକର୍ତ୍ତା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ