ବିଭିିନ୍ନ ସମସ୍ୟାକୁ ନେଇ ଭାଜପାର ପ୍ରେସ ମିଟ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ପାରଳାଖେମୁଣ୍ଡି ସ୍ଥିତ ଭାଜପା ଜିଲ୍ଲା କାର୍ଯାଳୟ ପରିସରରେ ଜିଲ୍ଲାର ରେଳବାଇ ସମସ୍ୟା,ଚାଷୀବୀମା ସମସ୍ୟା ଏବଂ କ୍ରିଡାବିତ୍ ମାନଙ୍କ ପାଇଁ ଷ୍ଟାଡିଅମ୍ ସମସ୍ୟାନେଇ ଏକ ପ୍ରେସ ମିଟ୍ ମାଧ୍ୟମରେ କୁହାଯାଇଛି । ଏହି ଖବରଦାତା ସମ୍ମିଳନୀରେ ଭାଜପାର ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉପସ୍ଥିତ ରହି ମୁଖ୍ୟତଃ ପଲାସା ଗୁଣପୁର ପାସିଞ୍ଜେର ଏବଂ ରାଜ୍ୟରାଣି ଏକ୍ସପ୍ରେସ ଯାହାକି ପାରଳାଖେମୁଣ୍ଡି ଦେଇ ଯାଉଅଛି ତାହାର ସମୟରେ କିଛି ପରିବର୍ତ୍ତନ ଆଣିବାପାଇଁ ସେ କେନ୍ଦ୍ର ରେଳମନ୍ତ୍ରୀ ପିୟୁସ ଗୋଏସଲଙ୍କୁ ଯେଉଁ ପତ୍ର ଲେଖିଥିଲେ ତାହା ସେ ଗ୍ରହଣ କରି ଏବିଷୟରେ ପଦକ୍ଷେପ ନେବେ ବୋଲି କହିଥିବାର ସୁଚନା ଦେଇଥିଲେ । ସେହିପରି ପାରଳାଖେମୁଣ୍ଡି ସମେତ ଯୋଉଁ ପ୍ତାଟଫର୍ମ ଗୁଡିକ ଅନୁନ୍ନତ ଅଛି ସେଗୁଡିକୁ ଉନ୍ନତିକରଣ କରାଯିବ ବୋଲି ମଧ୍ୟ ବିଧାୟକ ଶ୍ରୀ ରାଓ ସୁଚନା ଦେଇଥିଲେ । ସେପରି ଗୋଷାଣୀ ବ୍ଲକର ୬ଗୋଟି ପଞ୍ଚାୟତ ଓ ଗୁମ୍ମା ବ୍ଲକର ଯେଉଁ ଚାଷୀ ମାନେ କୃଷି ବିମାଭୁକ୍ତ ହୋଇନାହାଁନ୍ତି ସେମାନଙ୍କୁ କୃଷି ବିମାଭୁକ୍ତ କରିବା ପାଇଁ ସେ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ମାନଙ୍କ ସହ କଥା ବାର୍ତ୍ତା କରିଛନ୍ତି ବୋଲି ଏହି ସାମ୍ବାଦୀକ ସମ୍ମିଳନୀରେ ସୂଚନା ଦେଇଥିଲେ । ସେହିପରି ଗତ କିଛି ଦିନତଳେ ରାଜ୍ୟ କ୍ରୀଡା ମନ୍ତ୍ରୀ ଗଜପତି ଗ୍ରସ୍ତରେ ଆସିଥିବାବେଳେ ସେ ତାଙ୍କ ସହ ଷ୍ଟାଡିଅମର ବିଭିନ ଉନ୍ନତିକରଣ ବିଷୟରେ ଆଲୋଚନା କରିଥିବା ପ୍ରକାଶ କରିଥିଲେ । ଏଥିମଧ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମର ଉନ୍ନତିକରଣ ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ଏହାସହ କାଶୀନଗର,ଗୁମ୍ମା ଓ ଗୋଷାଣି ଠାରେ ମଧ୍ୟ ଷ୍ଟାଡିଅମ ନିର୍ମାଣର ପ୍ରସ୍ତାବ ରହିଛି । ଏହି କାର୍ଯ୍ୟରେ ରାଜ୍ୟ ସରକାରଙ୍କ ପାଣ୍ଠି,ସାଂସଦ ପାଣ୍ଠି ଏବଂ ବିଧାୟକ ପାଣ୍ଠି ମିଳିତ ଭାବେ ଉପଯୋଗ ହେବ ବୋଲି ଏହି ପ୍ରେସମିଟରେ କୁହାଯାଇଥିଲା । ଏହି ପ୍ରେସମିଟରେ ଭାଜପା ଜିଲ୍ଲା ସଭାପତି ଜି.ଭେଙ୍କଟ ରାବଣା,ପୂର୍ବତନ ନଗରପାଳ ପି.କ୍ରିଣ୍ଣା,ନୃସିଂହ ଚରଣ ପଟ୍ଟନାୟକ,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପି.ଲତା,କାସୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍.ସିମାଦ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।


