ବିରୁଳି ତାଲୁକା ବାରଖଣ୍ଡ ଗ୍ରାମ ରେଡି ସଙ୍ଘମ୍ ସମାବେଶ ଓ କର୍ମକର୍ତ୍ତା ନିର୍ବାଚନ
ଗଂଜାମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ବ୍ଳକ ଅନ୍ତର୍ଗତ ରାଉଳିବନ୍ଦ ନିକଟସ୍ଥ ସିଧେଶ୍ୱର ମନ୍ଦିର ପରିସରରେ ଡି.ରାମସ୍ୱାମୀଙ୍କ ସଭାପତିତ୍ବ ରେ ବିରୁଳି ତାଲୁକା ବାରଖଣ୍ଡଗ୍ରାମ ରେଡି ସଙ୍ଘମ ର ସମାବେଶ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଗାମୀ ତିନିବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ନୂତନ ସଭାପତିରୂପେ କେ.ପୁରୁଷୋତ୍ତମ ରେଡ଼ି, ଉପସଭାପତି ରୂପେ ଡି.ନିରଞ୍ଜନ ରେଡି, ସମ୍ପାଦକ ରୂପେ ଏ. ଖଲ୍ଲିରେଡି, ସହ ସମ୍ପାଦକ ୟୁ.ଚୈତନ୍ୟ ରେଡି, ଜିଲ୍ଲାସଭ୍ୟ ଡି.ପଦ୍ମଚରଣ ପ୍ରଧାନ, ଜୋନ ସଭ୍ୟ ଜେ. ଦଣ୍ଡପାଣି ରେଡି, ଏବଂ ଉପଦେଷ୍ଟା ମଣ୍ଡଳୀ ରୂପେ ଡି.ରାମସ୍ୱାମୀ ରେଡି, ଏ. ରଘୁନାଥ ପ୍ରଧାନ, ଡି.ଡମ୍ବରୁ ରେଡି, ଡି.ନରହରି ପ୍ରଧାନ, ପି.ଚନ୍ଦ୍ରମଣି ରେଡି ମନୋନୀତ ହୋଇଥିଲେ ।


