ବିଶ୍ବ ଫଟୋଗ୍ରାଫି ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିଶ୍ଵ ଫଟୋ ଫଟୋଗ୍ରାଫି ଦିବସ ପାଳନ ହୋଇଯାଇଛି. ଫଟୋଗ୍ରାଫରଙ୍କ ଉଦ୍ଦେଶ୍ୟରେ ଦିବସ ପାଳିତ ହେଉଛ। ଏହି ଅବସରରେ ଆଇପିପିୟୁ ୟୁନିୟନ ପାରଳାଖେମୁଣ୍ଡି ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା । ଫଟୋର ଆବଶ୍ୟକତା ଓ ଫଟୋ ଉତ୍ତୋଳକଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ଫଟୋଗ୍ରାଫର ଏକ ଗର୍ବ ଗୌରବ ବିଷୟ ଡିଜିଟାଲ ଯୁଗରେ ଲୋକେ ଡିଜିଟାଲ ମାଧ୍ଯମରେସ୍ମୃତି ସାଉଁଟିବାକୁ ପସନ୍ଦ କରୁଛନ୍ତି । ହେଲେ ଫଟୋପ୍ରିଣ୍ଟ୍ ଆଉଟ୍ର ଚାହିଦା ବେଶ କମିଯାଇଥିବା ଆଲୋଚନା ହୋଇଥିଲା । ଏହି ଅବସରରେ ଗୋଷାଣି ବ୍ଲକ ଆର୍ ସୀତାପୁର ସ୍ଥିତ ‘ଆଶ୍ରା’ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଚାଉଳ, ପନିପରିବା, ଚାଦର ଆଦି ସାମଗ୍ରୀ ବଣ୍ଟନ କରାଯାଇଥିଲା। ଫଟୋ ଉତ୍ତୋଳକଙ୍କ ଏପ ଏପରି ବଦାନ୍ୟତାକୁ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଫଟୋ ଉତ୍ତୋଳକ ଯୋଗ ଦେଇଥିଲେ I


