୯ମ ରାଜ୍ୟ ସ୍ତରୀୟ ପାରଳା ନାଟକ ମହୋତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପାରଳାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ୍ ଆର୍ଟସ୍ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଚଳିତ ୨୮ ଡ଼ିସେମ୍ବର ରୁ ୩୧ ଡ଼ିସେମ୍ବର ପର୍ଯ୍ୟନ୍ତ ୪ ଦିନ ଧରି ଅର୍ବାନ ପଡିଆ (ରାଜ ନହର ସାମନା) ଠାରେ ୯ମ ରାଜ୍ୟ ସ୍ତରୀୟ ପାରଳା ନାଟକ ମହୋତ୍ସବ ଅନୁଷ୍ଠିତ ହେବ।ନାଟକ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ସୁବାସ ପ୍ରଧାନଙ୍କ ରଚନା ଓ ନିର୍ଦ୍ଦେଶନାରେ ମିରର ଥିଏଟର , ବେଲ ପାହାଡ଼ ର କଳାକାର ମାନେ ପରିବେଷଣ କରିବେ ନାଟକ ” ଦୂର ଆକାଶେ ” । ଦ୍ୱିତୀୟ ସନ୍ଧ୍ୟାରେ ମୁଳ ଗଳ୍ପ : ବିମଳ କୁମାର ମିଶ୍ର , ଦୀପ୍ତି ରଞ୍ଜନ ଦାଶଙ୍କ ରଚନା ଓ ନିର୍ଦ୍ଦେଶନାରେ ପଞ୍ଚଧ୍ଵନି ନାଟ୍ୟ ପରିଷଦ , ଭୁବନେଶ୍ୱର ର କଳାକାର ମାନେ ପରିବେଷଣ କରିବେ ନାଟକ ”ଗୋଟିଏ କାହାଣୀ”। ତୃତୀୟ ସନ୍ଧ୍ୟାରେ ରବି ନାରାୟଣ ବେହେରାଙ୍କ ରଚନା ଓ ରାଜୁ ପାଢ଼ୀଙ୍କ ନିର୍ଦ୍ଦେଶନାରେ ଶାଶ୍ୱତୀ ପ୍ରଗତିଶୀଳ , ବ୍ରହ୍ମପୁର ର କଳାକାର ମାନେ ପରିବେଷଣ କରିବେ ନାଟକ ” ଅଶାନ୍ତ ଚରିତ” ଏବଂ ଚତୁର୍ଥ ସନ୍ଧ୍ୟାରେ ପ୍ରଭାକର ପାତ୍ରଙ୍କ ରଚନା ଓ ମନୋଜ ପାଢ଼ୀ ଓ ଆଦର୍ଶ ଦାଶଙ୍କ ନିର୍ଦ୍ଦେଶନାରେ ଆୟୋଜକ କ୍ରିଏଟିଭ୍ ଆର୍ଟସ୍ , ପାରଳାଖେମୁଣ୍ଡି ର କଳାକାର ମାନେ ପରିବେଷଣ କରିବେ ନାଟକ ”ଭୋକ”।


