ରକ୍ତଦାନ ଶିବିର କରି ଜନ୍ମଦିନ ପାଳିଲେ ସ୍ୱେଚ୍ଛାସେବୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜିର ସମୟରେ ଲୋକମାନେ ନିଜ ନିଜର ଜନ୍ମଦିନକୁ କିଏ ପାର୍କରେ ତ ଆଉ କିଏ ହେଟେଲରେ ବଡ ଧୁମଧାମରେ କେକ୍ କାଟି ପାଳନ କରୁଛନ୍ତି । କିନ୍ତୁ ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମର ଜଣେ ସ୍ୱେଚ୍ଛାସେବୀ ରକ୍ତଦାନ ଶିବିର ଆୟୋଜନ କରି ନିଜର ଜନ୍ମଦିନ ପାଳନ କରିଛନ୍ତି । ଗ୍ରାମର ରଙ୍ଗାଧର ଦାସ ନାମକ ଜଣେ ସ୍ୱେଚ୍ଛାସେବୀ ତାଙ୍କର ୩୦ତମ ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳନ କରିବାକୁ ନିଷ୍ପତି ନେଇ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରି ନିଜ ସାଙ୍ଗ ମାନଙ୍କ ସହିତ ରକ୍ତଦାନ କରି ଜନ୍ମଦିନକୁ ପାଳନ କରିଛନ୍ତି । ସେ କେନ୍ଦୁଝରରେ ଏକ ସ୍ୱେଚ୍ଛାସେବୀ ସଂସ୍ଥାରେ କାମ କରୁଥିବାବେଳେ ଅନେକ ରକ୍ତଦାନ ଶିବିରରେ ସହଯୋଗ କରି ରକ୍ତଦାନ ଶିବିର ପାଇଁ ମନ ବଳାଇଥିଲେ । ଆଜି ବଡରମ୍ପାସ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ଓଡିଶା , ମହାବୀର ୟୁଥ କ୍ଲବ ଓ ସାହାଯ୍ୟ ସେବା ଟ୍ରଷ୍ଟ ସହଯୋଗରେ ଅନୁଷ୍ଠିତ ଏହି ଶିବିରକୁ ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର ଜେନା, ସମିତିସଭ୍ୟ ବାମନ ଚରଣ ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଜିର ଏହି ଶିବିରକୁ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ସରପଞ୍ଚ ରବିନ୍ଦ୍ର ଜେନା, ସମିତିସଭ୍ୟ ବାବନ ସେଠୀଙ୍କ ସହିତ ରଙ୍ଗାଧର ଦାସ, ପାର୍ଥ ସୌରଭ ସା, ଶ୍ରୀଧର ସାହୁ, ଆଲୋକ ମଣ୍ଡଳ, ଅଜୟ କୁମାର ଜେନା, ଚଇତନ ଜେନା, ରମେଶ ରାଉତ, ରାଜୀବ ସାହୁ, ଜଗମୋହନ ସାହୁ, ନିରଞ୍ଜନ ସାହୁ, ଜନ୍ମଜୟ ବେହେରା, ନାରାୟଣ ବେହେରା, ସୌମ୍ୟ ରଞ୍ଜନ ଓଝା, ପ୍ରଶାନ୍ତ ପାତ୍ର, ସନ୍ତୋେ କୁମାର ଜେନା, ଦେବେନ୍ଦ୍ର ଜେନା, ମନୋରଞ୍ଜନ ଓଝା, ଶ୍ରୀକାନ୍ତ ସାହୁ, ଓମ ପ୍ରକାଶ ନାୟକ, ମାନସ ରଞ୍ଜନ ଓଝା ପ୍ରମୁଖ ଯୋଗଦେଇ ଶିବିର ପରିଚାଳନା କରିଥିଲେ । ଏହି ଶିବିରରୁ ମୋଟ ୪୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଆନନ୍ଦପୁର ବ୍ଲଡ ବ୍ୟାଙ୍କର ଡାକ୍ତର କିର୍ତ୍ତିଶ କୁମାର ନାୟକ, ହେଲ୍ଥ ସୁପର ଭାଇଜର ଶରତ ଚନ୍ଦ୍ର ଓଝା, ଏଲ.ଟି ରମାନାଥ ମହାନ୍ତି, ଷ୍ଟାଫ ନର୍ସ ସଶ୍ମିତା ଦେହୁରୀ, ଆଟେଣ୍ଡାଣ୍ଟ ମଙ୍ଗୁଳୁ ସାହୁ, ସାମାଜିକ କର୍ମୀ ଧର୍ମେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।


