ବିହନ ଚାଷୀଙ୍କ ବକେୟା ମୂଲ୍ୟ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିି

ବାଲେଶ୍ୱର(ଯୁଗାବ୍ଦ ନ୍ୟୁଜ): ଓଡିଶା ରାଜ୍ୟ ବିହନ ନିଗମର ବିହନ ଉତ୍ପାଦନକାରୀ କୃଷକ ମାନେ ଚାଷ କରି ରାଜ୍ୟ ବିହନ ନିଗମକୁ ଯୋଗାଇ ଥିବା ମୁଗ ଓ ବିରି ବିହନର ପ୍ରୋତ୍ସାହନ ରାଶି, ଯାହାକି କେନ୍ଦ୍ର ସରକାର ପ୍ରଦାନ କରିଥାନ୍ତି ତାହା ୨୦୧୬-୧୭ ରବି ଋତୁ ଠାରୁ ବନ୍ଦ ହୋଇଥିଲା । ପ୍ରକାଶ ଥାଉ କି ୨୦୧୬-୧୭ ରବି ଋତୁରେ ଯେଉଁ ଚାଷୀମାନେ ବିହନ ଯୋଗାଇ ଥିଲେ ସେମାନଙ୍କର ତାଲିକା କେନ୍ଦ୍ର ସରକାରଙ୍କୁ ପଠାଇବାରେ ରାଜ୍ୟ ସରକାର ବିଳମ୍ବ କରିଥିଲେ ଏବଂ ଆଗ୍ରହ ପ୍ରକାଶ କରିନ ଥିଲେ । ପରେ ଚାଷୀମାନଙ୍କର ବାରମ୍ବାର ଦାବୀ ଯୋଗୁଁ ବିଶେଷ କରି ବିହନ ନିଗମର ବାଲେଶ୍ୱର କୃଷକ ସଂଘର ସେକ୍ରେଟାରୀ ରବିନାରାୟଣ ମହାପାତ୍ର ଏବଂ ଉପସଭାପତି ବସନ୍ତ ବାରିକଙ୍କ ଉଦ୍ୟମ ଯୋଗୁଁ ବାଲେଶ୍ୱର ବିଧାୟକ ମଦନ ମୋହନ ଦତ୍ତ ଏହାର ସମସ୍ୟା ପାଇଁ କିଭଳି ସାରା ଓଡିଶା ପ୍ରଦେଶର ଚାଷୀମାନେ ଉପକୃତ ହେବେ, ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗତ ୨୫ ତାରିଖ ଦିନ ଚିଠି ଲେଖିବା ପରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତୁରନ୍ତ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଫୋନ କରିବା ସହିତ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ କରିବା ପାଇଁ ଚିଠି ଲେଖିଥିଲେ । ଏଥିପାଇଁ ବିହନ ଉତ୍ପାଦନକାରୀ କୃଷକ ସଂଘ ତରଫରୁ ଉଭୟ ସଦର ବିଧାୟକ ମଦନ ମୋହନ ଦତ୍ତ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ