ବୁଗୁଡ଼ାରେ ଜିଲ୍ଲାପାଳଙ୍କ କରୋନା ସମୀକ୍ଷା

ବୁଗୁଡା, (ଅନିଲ କୁମାର ମହାରଣା):ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ କୋଭିଡ ସ୍ପେଶାଲ ଏଡିଏମ ବିଶାଳ ସିଂ ବୁଗୁଡା ଗସ୍ତେରେ ବୁଧବାର ଆସି ବୁଗୁଡା ବ୍ଲକ ଓ ବୁଗୁଡା ଏନଏସି ର କୋଭିଡ ସଂକ୍ରମଣ ବିଷୟରେ ସମୀକ୍ଷା କରିଥିଲେ।ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଏନଏସି ଇଓ ରଶ୍ମିରଞ୍ଜନ ଦାଶ ଏବଂ ଅନ୍ୟାନ୍ୟ ଅଧସ୍ତନ କର୍ମଚାରୀମାନଙ୍କ ସହ ଜିଲାପାଳ ଶ୍ରୀ କୁଲାଙ୍ଗେ ଓ ସ୍ପେଶାଲ ଏ ଡ଼ି ମ ଶ୍ରୀ ସିଂ କରୋନା ସଂକ୍ରମଣ ବିଷୟରେ ଆଲୋଚନା କରି ସମୀକ୍ଷା କରିଥିଲେ।ପୂର୍ବ ନିଷ୍ପତ୍ତି ପ୍ରକାରେ ଆସନ୍ତା କାଲି ଗୁରୁବାର ଠାରୁ ବୁଗୁଡା ପିପୁଲସ କଲେଜରେ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ପାଇ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ସ୍ଲାବ କଲେକ୍ସନ କରି ପରୀକ୍ଷା ପାଇଁ ବ୍ରହ୍ମପୁର ପଠାଯିବ। ଏହା ହେବାଦ୍ୱାର ଅଞ୍ଚଳର କରୋନା ଲକ୍ଷଣ ବ୍ୟକ୍ତିମାନେ ଆଉ ଭଞ୍ଜନଗର, ପୋଲସରା ପ୍ରଭୃତି ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ଯେଉଁ ମାନଙ୍କ ସ୍ଲାବ କଲେକ୍ସନ କରାଯିବା ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ ବୁଗୁଡା ଏନଏସି ଦ୍ୱାରା ପ୍ରସ୍ତୁତ କୋଭିଡ କେୟାର ହୋମରେ ରହିବେ। ଏଥିସହ ବୁଗୁଡା ବ୍ଲକର ବାଲିପଦର, ସୋରଡ଼, ଡେଙ୍ଗାପଦର ଓ ଡେହୁକା ଗ୍ରାମରେ କରୋନା ପଜିଟିଭ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ପ୍ରକାରେ ବ୍ଲକ ପ୍ରଶାସନ ଏହି ଚାରି ଗ୍ରାମକୁ ଜୁଲାଇ ୧୬ ତାରିଖ ଠାରୁ ୧୫ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ପ୍ରକାଶ ଥାଉକି ବାଲିପଦର ଗ୍ରାମରେ ୩୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ