ପୋଲସରା ବିଧାୟକଙ୍କ କରୋନା ମହାମାରୀକୁ ଧର୍ଯ୍ୟର ସହ ମୁକାବିଲା କରିବାକୁ ପରାମର୍ଶ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ବାଲିପଦର ଗ୍ରାମରେ ୩୬ ଜଣ ପଜିଟିଭ ଚିହ୍ନଟ ହୋଇ ଦୁଇ ଜଣଙ୍କ ମୃତ୍ୟୁ ବରଣ ଯୋଗୁଁ ବାଲିପଦର ଅଞ୍ଚଳ ବାସୀ ଭୟଭୀତ ହୋଇ ପଡ଼ିଥିବା ବେଳେ କରୋନା ଯୋଦ୍ଧା ବିଧାୟକ ଭାବେ ଜଣାଶୁଣା ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବାଲିପଦରରେ ପହଁଞ୍ଚି ଲୋକମାନଙ୍କ ମନରେ ସାହାସ ସଂଚାର କରି ଧର୍ଯ୍ୟର ସହ ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି।ଆଜି ବୁଧବାର ଦିନ ସ୍ଥାନୀୟ ବିଧାୟକ ଶ୍ରୀ ସାହୁ କରୋନା ହଟ୍ ସ୍ପଟ୍ ଅଞ୍ଚଳ ଭାବେ ପରିଚିତ ବାଲିପଦରରେ ପହଁଞ୍ଚି ସାମାଜିକ ଦୂରତା ବଜାୟ ରଖି ସ୍ଥାନୀୟ ଡାକ୍ତରଖାନା ପରିସରରେ ବାଲିପଦର ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ, ମେଡିକାଲ କର୍ମଚାରୀ, ବୁଦ୍ଧିଜୀବୀ ଓ କରୋନା ଯୋଦ୍ଧା ମାନଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା କାଲିଠାରୁ ବୁଗୁଡା ପିପୁଲସ କଲେଜ ପରିସରରେ ସ୍ଲାବ କଲେକ୍ସନ ହେବା ଆରମ୍ଭ ହେଉଥିବା ବିଷୟ ପ୍ରକାଶ କରିବା ସହ ଯେଉଁମାନଙ୍କ କରୋନା ଲକ୍ଷଣ ଦେଖାଦେବ ସେମାନେ ଗୋପନ ନରଖି ସଙ୍ଗେ ସଙ୍ଗେ କରୋନା ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କୁ ଜଣାଇ ସ୍ଲାବ ପରୀକ୍ଷାର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଭୟଭୀତ ନହୋଇ ଧର୍ଯ୍ୟ ଧରି ପ୍ରଶାସନଙ୍କ ସମସ୍ତ କୋଭିଡ ନିୟମ ପାଳନ କଲେ ଆମ ଅଞ୍ଚଳ ନିଶ୍ଚିତ ଭାବେ କରୋନା ମୁକ୍ତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସରପଞ୍ଚ ଶ୍ରୀ ଜେନା ଓ ସମିତି ସଭ୍ୟ ଶ୍ରୀ ପଣ୍ଡା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେଯେ ବାଲିପଦର ଡାକ୍ତରଖାନାରେ ବହୁଦିନ ହେଲା ଡାକ୍ତରୀ ପଦବୀ ଖାଲି ପଡିଥିବା ବେଳେ ଅଳ୍ପ ଦିନ ପୂର୍ବେ ଡାକ୍ତର ଅଂଶୁ ଦାଶ ନିଯୁକ୍ତି ପାଇଥିଲେ ମଧ୍ୟ ତାଙ୍କୁ ଅନ୍ୟତ୍ର ଡେପୁଟିସେନରେ ପଠା ଯାଇଥିବା ଯୋଗୁଁ ଜନସାଧାରଣ ଉପଯୁକ୍ତ ଚକିତ୍ସା ପାଇପାରୁ ନଥିବା ଯୋଗୁଁ ବାଲିପଦରର ଆଜି ଏହି ଅବସ୍ଥା ହୋଇଛି ବୋଲି ଅଭିଯୋଗ କରିଥିଲେ। ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ