ବୁଗୁଡ଼ାରେ ବାଇପାସ ରୋଡ଼ ନିର୍ମାଣ ହେବ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡ଼ାରୁ ପୋଲସରା ଯିବା ପାଇଁ ଏକ ବାଇପାସ ରୋଡ଼ ନିର୍ମାଣ ନିମନ୍ତେ ପ୍ରଥମ ପର‌୍ୟ୍ୟାୟ ପଦକ୍ଷେପ ଆରମ୍ଭ ହୋଇଛି।ଗୁରୁବାର ଦିନ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ପୂର୍ତ୍ତ ବିଭାଗ କାର‌୍ୟ୍ୟନିର୍ବାହୀ ଯନ୍ତ୍ରୀ ଇଂଜିନିୟର ରମେଶ ପ୍ରସାଦ ସ୍ଵାଇଁ ପ୍ରସ୍ତାବିତ ବୁଗୁଡା ବାଇପାସ ରୋଡ଼ କିପରି ନିର୍ମାଣ ହେବ ବୁଲି ଦେଖିଥିଲେ।ବୁଗୁଡା ସହରଦେଇ ପୋଲସରାକୁ ଯାନବାହନ ଯାତାୟତ ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ବୁଗୁଡ଼ାରୁ ପୋଲସରା ଯିବାକୁ ବାଇପାସ ନିହାତି ଜରୁରୀ ଆବଶ୍ୟକ ଥିଲା।ବୁଗୁଡା ଆସିକା ରାସ୍ତାର ବଡଶଙ୍ଖ ନିକଟରୁ ବୁଗୁଡା ପୋଲସରା ରାସ୍ତାର ପେଟ୍ରୋଲ ପମ୍ପ ନିକଟ ପର‌୍ୟ୍ୟନ୍ତ ବାଇପାସ ରୋଡ଼ ପ୍ରସ୍ତାବ ଥିବା ବେଳେ କେତେକ ସରକାରୀ ଜମି ଓ ଅନ୍ୟ କେତେକ ଘରୋଇ ଜମି ଅଧିଗ୍ରହଣ କରିବା ଆବଶ୍ୟକ ପଡୁଅଛି।ଗତକାଲିର ଏହି କାର‌୍ୟ୍ୟକ୍ରମ ରେ ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ,ପୂର୍ବତନ ଉପନଗରପାଳ ଚିତ୍ରସେନ ପ୍ରଧାନ,ପୂର୍ବତନ କାଉନସିଲର ଶରତ ଚନ୍ଦ୍ର ମହାରଣା,ସୀମାଞ୍ଚଳ ଖଟେଇ ପ୍ରମୁଖଙ୍କ ସମେତ ବହୁ ସହରବାସୀ ପରିଦର୍ଶନରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ