ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ କ୍ରୀଡାଉତ୍ସବ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତର କାଙ୍କଦିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟାଦଶତମ ବାର୍ଷିକ କ୍ରୀଡାଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରାପଡା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରି କହିଥିଲେ ଯେ ଆଗାମିକାଲିର ଦେଶର ଭବିଷ୍ୟତ ଏହି କୁନିକୁନି ପିଲାମାନେ । ସେମାନଙ୍କ ଭିତରେ କ୍ରୀଡାନୈପୁନ୍ୟତା ସୃଷ୍ଟି କରିବାକୁ ଏଭଳିି ପ୍ରତିଯୋଗୀତାର ଆୟୋଜନ କରାଯାଇଛି । ଏ ଅଚଂଳର ଗୈାରବକୁ ଆହୁରି ଆଗକୁ ନେଇ ବିକାଶର ଧାରାକୁ ବଜାୟ ରଖିବାକୁ ଶ୍ରୀ ତରାଇ ଏହି ଅବସରରେ ଆହ୍ୱାନ ଦେଇଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ଯୋଗଦେଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଶୃଙ୍ଖଳିତ ଓ ସାବଲୀଳ ମାର୍ଗରେ ସମାଜ ଓ ଦେଶର ମଙ୍ଗଳ କରିବା ନିମନ୍ତେ ଗଢାହୋଇଥାନ୍ତି । ଦେଶମାତୃକାର ସେବା କରିବା ନିମନ୍ତେ ସେମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥାଏ । ଯେଉଁଥିପାଇଁ ପିତାମାତା, ଗୁରୁଜନ ଓ ଗୁରୁଜୀଗୁରୁମାମାନଙ୍କୁ ଭକ୍ତି ଓ ସମ୍ମାନ ଦେବା ସହିତ ସେମାନେ ଉତ୍ତମ ଶିକ୍ଷା ଲାଭକରି ଜୀବନରେ ଜଣେ ଭଲ ମଣିଷ ହୋଇ ସମାଜରେ ପ୍ରତିଷ୍ଠିତ ହୋଇଥାନ୍ତି ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜୁ ଜନତାଦଳ କୃଷକ ସଭାପତି ସୈାମେନ୍ଦ୍ର କୁମାର ଦାସ, ଜିଲ୍ଲା ସମ୍ପାଦକ ଗୈାତ୍ତମ ସ୍ୱାଇଁ, ଆଚାର୍ଯ୍ୟ ବାଇଧର ସେଠୀ, ସଞ୍ଜୟ କୁମାର ଜେନା, କାଳନ୍ଦି ଚରଣ ପାତ୍ର, ଆଚାର୍ଯ୍ୟା ରଶ୍ମିତା ରାଉତ, ବନଲତା ସ୍ୱାଇଁ, ଲକ୍ଷ୍ମୀପ୍ରିୟା ରାଉତ, ସଙ୍ଘମିତ୍ରା ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।


