ବୁଗୁଡା ତହସିଲ ପକ୍ଷରୁ ରାଜସ୍ୱ ମେଳାରେ ୬୦୮ ଜଣଙ୍କୁ ପଟ୍ଟା ବଣ୍ଟନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ତହସିଲ ପକ୍ଷରୁ ଡିସେମ୍ବର ୩୦ ତାରିଖ ଦିନ ରାଜସ୍ୱ ମେଳା ଅନୁଷ୍ଠିତ ହୋଇ ୬୦୮ ଜଣଙ୍କୁ ଗ୍ରାମକଣ୍ଟ ପରମ୍ବକ ପରିବର୍ତ୍ତେ ଘରବାରି ପଟ୍ଟା ପ୍ରଦାନ କରାଯାଇଛି। ବୁଗୁଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ରାଜସ୍ବ ମେଳାରେ ତହସିଲଦାର ତାପସ ରାଉତ ଅଧ୍ୟକ୍ଷତାରେ କରିଥିଲେ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ବ ମେଳାରେ ୬୦୮ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନା,ବ୍ଳକ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ ଯୋଗଦେଇଥିଲେ। ଗ୍ରାମକଣ୍ଟ ପରମ୍ବକ ପଟ୍ଟା ଦେବା ଆଇନ ୨୦୦୯ ପ୍ରକାରେ ପର୍ଯ୍ଯାୟ କ୍ରମେ ପ୍ରାୟ ୧୧ ହଜାର ହିତାଧିକାରୀ ଆବେଦନ କରିଥିବା ବେଳେ ସେଥି ମଧ୍ୟରୁ ୭ ହଜାର ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ଅବଶିଷ୍ଟ ଚାରି ହଜାର ମଧ୍ୟରୁ ବର୍ତ୍ତମାନ ୬୦୮ ଜଣ ହିତାଧିକାରୀଙ୍କୁ ପଟ୍ଟା ଦିଆଯାଇଛି, ୯୭୧ ଟି ଆବେଦନକାରୀଙ୍କୁ ପଟ୍ଟା ଦେବାକୁ ଯୋଗ୍ୟ ହୋଇ ପାରିନଥିବା ବେଳେ ସେମାନେ ଯୋଗାଯୋଗ କରିନାହିଁନ୍ତି ବୋଲି ତହସିଲଦାର ଶ୍ରୀ ରାଉତ ପ୍ରକାଶ କରିଥିଲେ। ଆଜିର ମେଳା ପରିଚାଳନା ରାଜସ୍ବ ନିରୀକ୍ଷକ ଲିଙ୍ଗରାଜ ସାହୁ କରିଥିବା ବେଳେ ସାନି ବଡମ୍ବା, ପିଙ୍କି ମଲ୍ଲିକ, ରାଘବ ପଣ୍ଡା, କବି ନାୟକ, ଏମ୍ ରଞ୍ଜନ କୁମାର, ନରେନ୍ଦ୍ର କୁମାର ଗୌଡ, ରବିନାରାୟଣ ଦଳେଇ, ଖିରୋଦ ସେଠୀ, ଅଶୋକ ବିଶ୍ବାଳ, ଦେବୀପ୍ରସାଦ ସେଠୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ