ସଂକୀର୍ଣ୍ଣ ନେତୃତ୍ୱ ପାଇଁ ବନ୍ଦରରେ କାର୍ଯ୍ୟରତ ଶ୍ରମିକ ନ୍ୟାର୍ଯ୍ୟ ସୁବିଧା ପାଇବାରୁ ବଂଚିତ

ପାରାଦ୍ୱୀପ, (ପୀତବାସ ପ୍ରଧାନ) : ଅନ୍ତର୍ଜାତୀୟ ତଥା ସର୍ବଭାରତୀୟ ବୃହତ ବନ୍ଦର ପାରାଦ୍ୱୀପ ପଣ୍ୟ କାରବାର କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତାର ମାଇଲଖୁଣ୍ଟ ସ୍ଥାପନ କରି ଚାଲିଛି । ଏ ସବୁ ସଫଳତା ବନ୍ଦରର ଅଧିକାରୀ, କର୍ମଚାରୀ, ବନ୍ଦର ବ୍ୟବହାରକାରୀ ସଂସ୍ଥା ସମେତ ଶ୍ରମିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମୀକା ରହିଛି । ଅତୀତରେ ବନ୍ଦରରେ କାର୍ଯ୍ୟରତ ଶ୍ରମିକଙ୍କ ନ୍ୟାର୍ଯ ଦାବି ପାଇଁ ତତ୍‌କାଳୀନ ତୁଙ୍ଗ ଶ୍ରମିକ ନେତାମାନେ ବନ୍ଦର ପ୍ରଶାସନ ସହ ଆଲୋଚନା କରି ସେସବୁର ସମାଧାନ କରୁଥିଲେ । ସମୟର ପରିବର୍ତ୍ତନ ଓ ଯାନ୍ତ୍ରୀକରଣ ଯୁଗାରେ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ସମସ୍ତ ଶିଳ୍ପ ସଂସ୍ଥା ଓ ବନ୍ଦର ସେମାନଙ୍କ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ବନ୍ଦର ତାର ପଣ୍ୟ କାରବାରରେ ବେସ୍ ଉନ୍ନତି କରିବା ସହ ବନ୍ଦରରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଶ୍ରମିକ ମାନଙ୍କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଅଛି । ସେହିପରି ପାରାଦ୍ୱୀପ ବନ୍ଦରରେ ମକ୍ କିନିଂ ୱାକର, ଆଇ.ଓ.ଏଚ୍‌.ପି.ର କନ୍‌ଭେୟର ବେଲଟ୍ ନିକଟରେ କାମ କରି ତଳେ ପଡୁଥିବା ଲୁହାପଥର ଗୁଣ୍ଡ ସଫା କରିଥାନ୍ତି । ତେବେ ଆଧୁନିକ ଯନ୍ତ୍ର ବ୍ୟବସ୍ଥାର ପ୍ରଚଳନ ସହ ସେମାନଙ୍କ ଆବଶ୍ୟକତା ବହୁତ୍ କମି ଯାଇଛି । ବର୍ଷା ଦିନେ ସେମାନଙ୍କ ଆବଶ୍ୟକତା ଯାହା ପଡିଥାଏ । ଏହା ସତ୍ୱେ ବି ବନ୍ଦରରେ ସେମାନଙ୍କୁ ବର୍ଷ ଯାକ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଉଛି । ୨୦୦୭ ରୁ୨୦୧୮ ମସିହା ମଧ୍ୟରେ ମକ୍ କିନିଂ ଡେଭଲପମେଣ୍ଟ ସୋସାଇଟିର ୭ଜଣ ମକ୍ କିନିଂ ଶ୍ରମିକଙ୍କର ଲୁହାଗୁଣ୍ଡ ଆଘ୍ରାଣ ଜନିତ ମାରାତ୍ମକ ବ୍ୟାଧିରେ ପ୍ରାଣ ହରାଇଥିବା ଯେଉଁ ଅଭିଯୋଗ ହେଉଛି, ତାହାର କୌଣସି ଭିତ୍ତି ବା ସତ୍ୟତା ନାହିଁ । କିନ୍ତୁ ଅନ୍ୟ କାରଣରୁ ମୃତ୍ୟୁ ବରଣ କରିଥିବା ୪ଜଣ ଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ ପାରାଦ୍ୱୀପ ବନ୍ଦର, ଏହି ସୋସାଇଟି ମାଧ୍ୟମରେ ୧୦,୦୦୦ଟଙ୍କା ଲେଖାଏଁ ଅନ୍ତିମ ସଂସ୍କାର ବାବଦକୁ ଖର୍ଚ୍ଚ ଦେଇଛି, ଯେଉଁମାନେ କି ଉପଯୁକ୍ତ ପ୍ରମାଣପତ୍ର ଦାଖଲ କରିଛନ୍ତି । ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ମକ୍ କିନିଂ ଶ୍ରମିକମାନଙ୍କର ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷଣ ପ୍ରସ୍ତାବକୁ ସୋସାଇଟି ଅଗ୍ରାହ୍ୟ କରି ଆସୁଛି । ଫଳରେ କାର୍ଯ୍ୟରେ ନିୟୋଜିତ ମକ୍ କିନିଂ ଶ୍ରମିକମାନଙ୍କର ଦୀଘଦି ହେଲା ସ୍ୱାସ୍ଥ୍ୟ ପରୀକ୍ଷଣ ହୋଇନାହିଁ । ସେମାନେ ଇଏସ୍‌ଆଇ ରେ ପଞ୍ଜିକୃତ ଅଛନ୍ତି, କିନ୍ତୁ ସୋସାଇଟି ସେମାନଙ୍କୁ ଅନ୍ ଫିଟ୍ ର ଡର ଦେଖାଇ ସ୍ୱାସ୍ଥ୍ୟ ପରୀକ୍ଷଣରୁ ବଞ୍ôଚତ କରି ଆସୁଛି । ଏହି ଶ୍ରମିକମାନେ କୁଶଳୀ ଶ୍ରମିକମାନଙ୍କଠାରୁ ଅଧିକ ମଜୁରୀ ପାଉଛନ୍ତି । ବନ୍ଦର ନଗରୀରେ ଘର, ମାଗଣା ପାସ୍‌, ମାଗଣା ସୁରକ୍ଷା ସାଜ ସରଞ୍ଜାମ, ମାଗଣା ୟୁନିଫମ,ବାଷିକ ବୋନସ୍‌, ସାଇକେଲ ଭତ୍ତା, ଧୂଳିକଣା ଭତ୍ତା, ବଷକୁ ଦୁଇଥର ମଜୁରୀ ବୃଦ୍ଧି, ସି.ଏଫ୍‌ଏଚ୍ ୱାକର ମାନଙ୍କର ଦରମା ରିଭିଜନ୍ ସାଭ୍‌କୁ ଏମାନଙ୍କର ମଜୁରୀ ରିଜିଜନ, ଇ.ଏସ୍‌.ଆଇ, ଇ.ପି.ଏଫ୍ ସୁବିଧା ବି ପାଇ ଆସୁଛନ୍ତି । ସୋସାଇଟି, ମକ୍ କିନିଂ ଶ୍ରମିକଙ୍କର ମୂଳ ମଜୁରୀ ର ୧୨.୫ ପ୍ରତିଶତ ପ୍ରଶାସନିକ ବ୍ୟୟ ମଞ୍ଜୁରୀ ବାବଦରେ ପାଉଛି । ଏହି ଅର୍ଥରେ ସୋସାଇଟି, ଶ୍ରମିକମାନଙ୍କ ବୀମା କରିବା କଥା, ଯାହା କି ଏ ଯାଏଁ କରିନି । ତୃଳନାତ୍ମକ ଭାବେ, ବିଶାଖାପାଟଣା ଆଉ ଚେନ୍ନାଇ ବନ୍ଦର ଅପେକ୍ଷା ପାରାଦ୍ୱୀପ ବନ୍ଦର ଏହି ମକ୍ କିନିଂ ଶ୍ରମିକମାନଙ୍କୁ ଏକ ସମାନିତ ଓ ସନ୍ତୁଳିତ ମଜୁରୀ ପ୍ୟାକେଜ ପ୍ରଦାନ କରି ଆସୁଛି । କିନ୍ତୁ ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ସୋସାଇଟି କିଛି କମକର୍ତ୍ତା ଯେପରି ଏହି ଶ୍ରମିକମାନଙ୍କୁ ବିଭ୍ରାନ୍ତ କରି ଆସୁଛନ୍ତି, ତାହା ନିନ୍ଦନୀୟ ତଥା ପରିତାପର ବିଷୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ