ବୁଲା କୁକୁରଙ୍କ ପାଇଁ ‘ବିଶ୍ୱାସ’ ଗୃହ ନିର୍ମାଣ କଲେ ସମାଜସେବୀ ପ୍ରତାପ ସାହୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କୁକୁର ମଣିଷର ଏକ ବିଶ୍ୱସ୍ତ ପ୍ରାଣୀ । ତେଣୁ ଅଧିକାଂଶ ଲୋକମାନେ ନିଜ ନିଜର ଘରେ ଦାମିକା ତଥା କୌତୁକିଆ ସୁନ୍ଦରିଆ କୁକୁର ମାନ ରଖି ତାର ଖାଇବା, ପିଇବା ଠାରୁ ଆରମ୍ଭ କରି ସ୍ୱସ୍ଥ୍ୟସେବା ପର୍ଯ୍ୟନ୍ତ ଯାବତୀୟ ସେବା, ଶୁଶ୍ରୁଷା କରିଥାନ୍ତି ଯାହାକି ନିଜର ପୁଅ ଝିଅ ଭଳି ସବୁ ସେବା ଯୋଗାଇ ଆସୁଛନ୍ତି । ହେଲେ ଏସବୁ ସତ୍ତ୍ୱେ ରାଜରାସ୍ତାରେ ହଜାର ହଜାର ସଂଖ୍ୟାରେ ବୁଲା କୁକୁର ଅତି ଦୟନୀୟ ଅବସ୍ଥାରେ ଘୂରି ବୁଲୁଛନ୍ତି । ଓଳିଏ ଖାଇଲେ, ଓଳିଏ ଉପାସ ରହୁଛନ୍ତି । କୌଣସି ସହୃଦୟ ବ୍ୟକ୍ତି ଏହି ବୁଲା କୁକୁରମାନଙ୍କୁ ରୁଟି କି ବିସ୍କୁଟ ଖଣ୍ଡିଏ ଦେଉଥିବା ବେଳେ କିଛି ଖଳ ପ୍ରକୃତିର ଲୋକେ ସେମାନଙ୍କୁ ମାର ମାର ଧରଧର କରୁଛନ୍ତି । ଫଳରେ ଏହି କୁକୁରମାନେ ବେଳେ ବେଳେ ରାଗିଯାଇ ସାଧାରଣଲୋକଙ୍କୁ କାମୁଡ଼ି କରିଥାନ୍ତି । ବୁଲା କୁକୁରଙ୍କ ଏଭଳି ଅବସ୍ଥାକୁ ଦେଖି ଜଣାଶୁଣା ସମାଜସେବୀ ପ୍ରତାପ ସାହୁ ବୁଲା କୁକୁରମାନଙ୍କ ରହିବା ପାଇଁ ରାଜଧାନୀସ୍ଥିତ ନିଳାଦ୍ରୀ ବହିାରଠାରେ ‘ବିଶ୍ୱାସ’ ନାମକ ଏକ ଗୃହ ନିର୍ମାଣ କରିଛନ୍ତି । ଏହି ଗୃହରେ ବୁଲା କୁକୁରମାନଙ୍କ ପାଇଁ ପାଇଖନା, ପାଣି ପିଇବା ପାଇଁ କୁଣ୍ଡ, ଖାଇବା ଲାଗି ପ୍ରତ୍ୟେକ କୁକୁରମାନଙ୍କ ପାଇଁ ଗୋଟିଏ ଗୋଟିଏ ଥାଳିର ବ୍ୟବସ୍ଥା କରାଯାଇଛି । ଏ ବିଷୟରେ ପ୍ରତାପ ସାହୁଙ୍କୁ ପଚାରିବାରୁ, ସେ କହିଥିଲେ ଯେ ଏହି ବୁଲା ବା ବିଶ୍ୱସ୍ତ କୁକୁରମାନେ ଖରା ବା ବର୍ଷା ସମୟରେ ରହିବାକୁ ଆଶ୍ରୟ ନପାଇ କାହା ପିଣ୍ଡାରେ ବା କାହା ବାଡ଼ିରେ ଶୋଇଥାନ୍ତି । ଫଳରେ ଘର ମାଲିକ ତାଙ୍କ ଉପରକୁ ଗରମପାଣି ଫୋପାଡ଼ିବା ସହିତ ବାଡ଼ିଆବାଡ଼ି ମଧ୍ୟ କରିଛନ୍ତି । ବିଚରା କୁକୁରମାନେ ଅଯଥାରେ ହଇରାଣ ହରକତ ହେବା ସହିତ ଅଯଥା ମାଡ଼ ଖାଇଥାନ୍ତି । କୁକୁରମାନଙ୍କ ଏହି ଅସୁବିଧାକୁ ଲାଘବ କରିବା ପାଇଁ ଶ୍ରୀ ସାହୁ ‘ବିଶ୍ୱାସ’ ନାମକ ଗୃହ ନିର୍ମାଣ କରି କୁକୁରମାନଙ୍କ ରହିବା ଓ ଖାଇବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ଯଦି ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ୱାର୍ଡ଼, ପଞ୍ଚାୟତରେ ଏହି ‘ବିଶ୍ୱାସ’ କୁକୁରମାନଙ୍କ ପାଇଁ ଗୃହ ତିଆରି କରନ୍ତେ, ତେବେ ସେମାନେ ଆ, ତା ଦୁଆରମୁହଁରେ ନଶୋଇ ଅଯଥାରେ ମାଡ଼ ଖାଆନ୍ତେ ନାହିଁ ଏବଂ ସାଧାରଣ ଜନତା କୁକୁର କାମୁଡ଼ାରୁ ବଞ୍ôଚତ ହୋଇପାରନ୍ତେ ।


