ମାନବିକତା ଦେଖାଇଲେ ସାମାଜିକ ସୁରକ୍ଷା ଅଧିକାରୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପଞ୍ଚାୟତ ସମିତିର ସାମାଜିକ ସୁରକ୍ଷା ବିଭାଗ ଦାୟୀତ୍ୱରେ ଥିବା ଅଧିକାରୀ ନିଶାକର ଖୁଣ୍ଟିଆ ଗତ ଦୁଇ ଦିନ ତଳେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଟ୍ରାଇ ସାଇକେଲକୁ ସଫା କରି ନିଜର ମାନବିକତା ଦେଖାଇଛନ୍ତି । ଆଡିଆ ପଞ୍ଚାୟତ କଇଁଗଢିଆ ସାହିର ଜଣେ ଭିନ୍ନକ୍ଷମ ମହିଳା ଗ୍ରାମ୍ୟ ରାସ୍ତା ସମସ୍ୟା ସଂପର୍କରେ ଅଭିଯୋଗ କରିବା ପାଇଁ ଶ୍ରୀ ଖୁଣ୍ଟିଆଙ୍କ ନିକଟକୁ ଆସିଥିଲେ । ଘରୁ ଆସିବା ବେଳେ ରାସ୍ତା ଖରାପ ଯୋଗୁ ସଂପୃକ୍ତ ଭିନ୍ନକ୍ଷମଙ୍କର ଟ୍ରାଇ ସାଇକେଲଟି କାଦୁଅ ହୋଇଯାଇଥିଲା । ଏହା ଦେଖି ଶ୍ରୀ ଖୁଣ୍ଟିଆ ନିଜେ ଟ୍ରାଇ ସାଇକେଲକୁ ସଫା କରିଥିବାର ଦେଖାଯାଇଥିଲ । କଇଁଗଢିଆ ସାହି କଂକ୍ରିଟ ରାସ୍ତା ଠାରୁ ପ୍ରାୟ ୩ ଶହ ମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଫଳରେ ଲୋକ ମାନେ ଯାତାୟତରେ ସମସ୍ୟା ଭୋଗୁଛନ୍ତି । ଏହି ରାସ୍ତା ମରାମତି ନେଇ ଭିନ୍ନକ୍ଷମ ଜଣକ ଅଭିଯୋଗ କରିଥିଲେ । ଅନ୍ୟ ପକ୍ଷରେ ଶ୍ରୀ ଖୁଣ୍ଟିଆ କାଦବରାଙ୍ଗ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବା ସହିତ ବ୍ଲକ ସାମାଜିକ ସୁରକ୍ଷା ବିଭାଗର ଦାୟୀତ୍ୱ ସମ୍ଭାଳୁଛନ୍ତି । ନିଜର ଦୃଢ ମନୋବଳ ଓ କର୍ତ୍ତବ୍ୟନିଷ୍ଠା ପାଇଁ ଦୁଇ ଦୁଇଟି ବିଭାଗର କାର୍ଯ୍ୟକୁ ସୂଚାରୁରୂପେ ସଂପାଦନ କରିପାରୁଛନ୍ତି । ବିଭିନ୍ନ ସମୟରେ ନିଜର ମାନବିକତା ଦେଖାଇ ଅନ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ଉଦାହରଣ ପାଲଟିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ