କଳାହାଣ୍ଡି ଗୋଲାମୁଣ୍ଡା ଯୌତୁକ ପ୍ରଥାକୁ ନେଇ ହତ୍ୟା ସନ୍ଧେହ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର): ଯୌତୁକ ପ୍ରଥାକୁ ନେଇ ଓଡ଼ିଶାରେ ଅନେକ ବଧୂ ହତ୍ୟା ଘଟଣା ଘଟିଥିବା ବେଳେ ବର୍ତମାନ ପଶ୍ଚିମ ଓଡ଼ିଶାରେ ଏପରି ଘଟଣା ଦେଖିବାକୁ ମିଳୁଛି |ଏପରି ଏକ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଟେମରି ପଞ୍ଚାୟତ କୁମ୍ଭାରୀ ଗ୍ରାମର ଡ଼ିଳେଶ୍ୱର ସାଙ୍କ ଘରେ,ଡ଼ିଲେଶ୍ଵର ସାଙ୍କ ପତ୍ନୀ ଅଞ୍ଜନା ସାଙ୍କୁ ଦୀର୍ଘଦିନ ଧରି ଯୌତୁକ ବିଷୟରେ ପରିବାର ଲୋକେ ଗାଳି ଗୁଲଜ କରୁଥିଲେ ତଥାପି ଛୋଟ ଛୋଟ ଦୁଇ ପୁଅକୁ ଦେଖି ଜୀବନ ବିତାଉଥିଲେ ଅଞ୍ଜନା,ହଠାତ ଆଜି ସକାଳ ଛଅ ଟା ସମୟରେ ନିଜେ ଅଞ୍ଜନା ନିଜ ଛୋଟ ଭାଇଙ୍କ ସହିତ ଫୋନ ଯୋଗେ କଥା ହେଲେ ଓ କହିଲେ ମୋତେ କେଉଁ ମହୂର୍ତ୍ତରେ ଏମାନେ ମାରିଦେଇ ପାରନ୍ତି ଏହି କଥାଟି କହିବା ସମୟରେ ଅଚାନକ ଫୋନ କଟିଗଲା, ହୁଏତ ସେ ମହୂର୍ତ୍ତରେ ଅଞ୍ଜନାଙ୍କୁ ମାରିଦେଇଛନ୍ତି ବୋଲି ଭାବି ମୃତକ ର ବାପା ମା ଓ ଭାଇ ଘଟଣା ସ୍ଥଳରେ ପହଁଚିଲେ | ସେଠାରେ ସେମାନେ ପହଞ୍ଚିଲା ବେଳକୁ ଅଞ୍ଜନା ସାଙ୍କ ମୃତ୍ୟୁ ହୋଇସାରିଥିଲା | ତାପରେ ମୃତକର ବଡ଼ଭାଇ ଅକୁର ସାହୁ ଗୋଲାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ | ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଗୋଲାମୁଣ୍ଡା ତହସିଲଦାର ବିଚାରପତି ଭାବରେ ଘଟଣା ସ୍ଥଳରେ ପହଞ୍ଚି ସବୁ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ | ମୃତକ ର ଦୁଇ ଭାଇ ଅଞ୍ଜନାଙ୍କ ମୃତ ଘଟଣାରେ ମୃତକର ପରିବାର ସମ୍ପୂର୍ଣ ଭାବରେ ଜଡିତ ଅଛନ୍ତି ବୋଲି ମିଡ଼ିଆ ସମ୍ମୁଖରେ ପ୍ରକାଶ କରିଥିଲେ


