ବୋନସ ପାଇବାରୁ ବଞ୍ଚିତ ହେବେ ଆବାସ ହିତାଧିକାରୀ

ହାଟଡିହିି, (ବିକାଶ ବିଶ୍ୱାଳ ) : ସରକାର ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ତିଆରି ପାଇଁ ଲକ୍ଷେ ତିରିଶ ହଜାର ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି । ହିତାଧିକାରୀ ୪ମାସ ଭିତରେ ଘର ସମ୍ପୁର୍ଣ୍ଣ କଲେ ବୋନସ ବାବଦ ୨୦ହଜାର ଯଦି ୬ମାସ ଭିତରେ ସମ୍ପୁର୍ଣ୍ଣ କରେ ତେବେ ବୋନସ ୧୦ହଜାର ମିଳିବାର ନିୟମ ରହିଛି । କିନ୍ତୁ ବ୍ଲକ କର୍ମଚାରୀଙ୍କ ଖାମଖିଆଲି ନିତୀ ଯୋଗୁଁ ହଜାର ହଜାର ହିତାଦôକାରୀ ବୋନସ ପାଇବାରୁ ବଞ୍ଚିତ ହେବାର ଆଶଙ୍କା କରାଯାଉଛି । ଘର କରିଥିଲେବି ଦ୍ୱିତୀୟ କିସ୍ତି ମିଳୁନଥିବାରୁ ଘର ଛାତ ପକାଇନପାରି ମାସ ମାସ ଧରି ବ୍ଲକକୁ ଦୌଡୁଛନ୍ତି । ଯାହାକୁ ନେଇ ହିତାଧିକାରୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବ୍ଲକ କର୍ତ୍ତୁପକ୍ଷଙ୍କ ସୁଚନା ଅନୁଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୭୧୯୪ଜଣଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ଟାର୍ଗେଟ ଦିଆଯାଇଥିଲା । ତନ୍ମଧ୍ୟରୁ ଗତ ଜୁନ ମାସରେ ୬୮୩୮ ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇ ପ୍ରଥମକିସ୍ତି ବାବଦକୁ ୪୦ହଜାର ଟଙ୍କା ଲେଖାଏଁ ପଠାଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ମାତ୍ର ୪୮୨ଜଣଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଯାଇଛି । ସେହିପରି ଫନି ଯୋଜନାରେ ୧୬୬୭ଜଣଙ୍କୁ ଘର ଯୋଗାଇବାକୁ ତôବାବେଳେ ୧୧୦୪ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇ ସେମାନଙ୍କ ଏକାଉଣ୍ଟକୁ ୪୦ହଜାର କରି ଟଙ୍କା ଯୋଗାଇ ଦିଆଯାଇଥିଲା । ତନ୍ମଧ୍ୟରୁ ମାତ୍ର ୨୬ଜଣଙ୍କୁ ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି । ଏ ଭିତରେ ୫ମାସ ବିତିବାକୁ ବସିଥିବାବେଳେ ଅନେକ ଲୋକ ଆବଶ୍ୟକ ମୁତାବକ ଘର କରିସାରିଥିଲେବି ସେମାନଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିପାରିଲାନି । ପିଇଓ ମାନଙ୍କ ଆନେ୍ଦାଳନ ଓ ବିଡିଓଙ୍କ ବଦଳି ଭଳି ସମସ୍ୟା ଯୋଗୁଁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଯାଇ ନାହିଁ ବୋଲି ବ୍ଲକ କର୍ତ୍ତୁପକ୍ଷ ସଫେଇ ଦେଉଛନ୍ତି । ମାତ୍ର ୩ଜଣ ହିତାଧିକାରୀ ଘର ସମାପ୍ତ କରିଥିବାରୁ ସେହି ତିନିଜଣ ବୋନସ ଟଙ୍କା ପାଇବାକୁ ଥିବାବେଳେ ଅନ୍ୟମାନେ ପାଇବେ କି ନା ତାହା ସନେ୍ଦହ ପ୍ରକଟ କରିଛି । ଏ ସମ୍ପର୍କରେ ବ୍ଲକ ଆବାସ ଯୋଜନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ୨ହଜାରରୁ ଉର୍ଦ୍ଧ ଲୋକ ଘରର ଛାତ ପକାଇ କାମ ସାରିଲେଣି । ସେମାନଙ୍କୁ ବୋନସ ଟଙ୍କା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ