ସେଣ୍ଢତୀରା କୋଭିଡ୍ କେୟାର ସେଣ୍ଟରର ପ୍ରସ୍ତୁତି ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ହାଇସ୍କୁଲ ଠାରେ ବ୍ଲକର ଏକମାତ୍ର କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବା ନେଇ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦୀପକ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ତହସିଲଦାର ଇନ୍ଦିରା ସାହୁ ଯୋଗ ଦେଇ କୋଭିଡ୍ କେୟାର ସେଣ୍ଟର ଲୋକାର୍ପଣ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ସେଣ୍ଢତୀରା ସରପଞ୍ଚ ପ୍ରେମଲତା ପ୍ରଧାନ, ଆରଗପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରୀ ସୁରେଶ ପ୍ରଧାନ, ଡାକ୍ତର ଚିନ୍ମୟ ଆର୍ଯ୍ୟ, ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରାଜ ଯୋଗ ଦେଇଥିଲେ । କୋଭିଡ୍ କେୟାର ସେଣ୍ଟର ଭିତ୍ତିଭୂମି କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ଇକ୍ୱୁ୍ୟପମେଣ୍ଟ ଓ ଡାକ୍ତର ଯଥାଶିଘ୍ର ଉପଲବ୍ଧ କରାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ