ବ୍ରହ୍ମପୁର ମହାନଗରର ମେୟର ପଦବୀ ଏବେ ମହିଳାଙ୍କ ପାଇଁ ସଂରକ୍ଷିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :ଓଡିଶା ରାଜନୀତିରେ ପ୍ରମୁଖ ଭୁମିକା ଗ୍ରହଣ କରୁଥିବା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ର ମେୟର ଏବେ ମହିଳାଙ୍କ ପାଇଁ ସଂରକ୍ଷିତ । 2008 ରୁ ମହାନଗର ରେ ପରିଣତ ହୋଇଥିବା ଓଡ଼ିଶାର ଏହି ସର୍ବ ପୁରାତନ ମ୍ୟୁନିସିପାଲିଟି ସବୁବେଳେ ରାଜନୀତି ରେ ଚର୍ଚ୍ଚା ରେ ରହିଥାଏ । ତେବେ ପ୍ରଥମେ ଶିବସଙ୍କର ଦାସ ଓ ପରେ ଜଣେ ମହିଳା k ମାଧବୀ ମେୟର ହୋଇଥିଲେ । ହେଲେ ଆସନ୍ତା ନିର୍ବାଚନ ରେ ପୁଣି ଜଣେ ମେୟର ମହିଳା ହିଁ ହେବେ । ଏ ନେଇ ଏବେ ସହର ଠାରୁ ରାଜ୍ୟ ଯାଏଁ ଚର୍ଚ୍ଚା ଜୋର ଧରିଛି । ହେଲେ ବ୍ରହ୍ମପୁର ସହର କୁ ଉଚିତ ସଂମାନ ଦେବାଭଳି ଜଣେ ଉଚ୍ଚ ଶିକ୍ଷିତ ମହିଳା ର ଆବଶ୍ୟକତା ରହିଛି । ତେବେ ବହୁ ମହିଳାଙ୍କ ନାଁ ଏବେ ଚର୍ଚ୍ଚାରେ ରହୁଥିବା ବେଳେ ଜଣେ ଉଚ୍ଚ ଶିକ୍ଷିତା, ବ୍ରହ୍ମପୁର ମାଟିର ଝିଅ, ଗଣମାଧ୍ୟମ ବ୍ୟକ୍ତି ଭାବେ ପରିଚିତ ଅନୁଜା ନନ୍ଦ ଙ୍କ ନାମ ବି ଚର୍ଚ୍ଚା ହେଉଛି । ନିଜ ସ୍ବସ୍ତିକ ଟିଭିରେ ନିଉଜ ମାଧ୍ୟମରେ ସାରା ଓଡ଼ିଶାରେ ପ୍ରତ୍ୟେକ ଲୋକଙ୍କର ସୁବିଧା ଅସୁବିଧା ଓ ବଞ୍ଚିତ ରହୁଥିବା ହିତାଧିକାରୀଙ୍କର ଅଧିକାରକୁ ନେଇ ସରକାରଙ୍କ ନିକଟରେ ଉପସ୍ଥାପନ କରି ଲୋକଙ୍କୁ ସାହାଯ୍ୟ କରିଥାନ୍ତି । ସେହିପରି ନିଜ ଜନ୍ମିତ ସହର ବ୍ରହ୍ମପୁରରେ ମଧ୍ୟ ବହୁ ସମସ୍ୟାକୁ ନିଉଜ ମାଧମରେ ସରକାରଙ୍କ ନିକଟରେ ଉପସ୍ଥାପନା କରି ବହୁ ସମସ୍ୟାର ସମାଧାନ କରି ବ୍ରହ୍ମପୁର ବାସୀଙ୍କ ପ୍ରିୟ ଭଉଣୀ ପାଲଟିଛନ୍ତି । ତେଣୁ ବ୍ରହ୍ମପୁର ସହରର ଦିର୍ଘ ବର୍ଷ ହେଲା ଏମିତି କିଛି ବହୁ ସମସ୍ୟା ଅଛି ଯାହା କି ବ୍ରହ୍ମପୁର ବାସୀ ବହୁ ସଙ୍ଘଠନ ଜରିଆରେ ଆନ୍ଦୋଳନ କରାଗଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନି କିନ୍ତୁ ସମାଜ ସେବୀକା ଅନୁଯାନନ୍ଦ ବିଶ୍ୱାଳଙ୍କ ନିଃସ୍ୱାର୍ଥପର ସେବା ଦେଖି ତାଙ୍କୁ ବ୍ରହ୍ମପୁର ବାସୀ ବ୍ରହ୍ମପୁରର ମେୟର ଭାବେ ନିର୍ବାଚିତ କରାଇଲେ ବ୍ରହ୍ମପୁର ସହରର ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅନୁଯାନନ୍ଦଙ୍କୁ ସହରର ବହୁ ଲୋକ ମେୟର ପ୍ରାଥୀ ପାଇଁ ଅନୁରୋଧ କରୁଛନ୍ତି କିନ୍ତୁ ସେ କୋଉ ଦଳରେ ପ୍ରାଥୀ ହେବେ ସେଥି ନେଇ କୌଣସି ସୂଚନା ମିଳି ପାରିନି । ନୂଆ ଚେହେରା ସହ ଉଚ୍ଚ ଶିକ୍ଷିତାଙ୍କୁ ସବୁ ଦଳ ସହଯୋଗ କରୁଥିବା ଯୋଗୁଁ ତାଙ୍କ ନାମ ବ୍ରହ୍ମପୁର ସମେତ ଭୁବନେଶ୍ଵର ରେ ମଧ୍ୟ ଜୋର ଧରିଛି । ବିଜେଡି ଦଳରେ ମହିଳାମାନେ ତାଙ୍କ ନାମକୁ ନେଇ କେହି କିଛି ପାଟି ଫୁଟାଉ ନଥିଲେ ମଧ୍ୟ ଆଲୋଚନା କରୁଛନ୍ତି । ସେପଟେ କଂଗ୍ରେସ ଓ ବିଜେପିରେ ମଧ୍ୟ କେହି ଭଲ ପ୍ରାଥିନି ନଥିବା ଯୋଗୁଁ ଅନୁଜାଙ୍କୁ ମଧ୍ୟ ଟିକେଟ ମିଳିଲେ ଭଲ ହେବ ବୋଲି ଆଲୋଚନା ହେଉଥିବା ବିଶେଷ ସୂତ୍ରରୁ ଶୁଣି ବାକୁ ମିଳିଛି । ସୁନ୍ଦର୍ ଚେହେରା ସହ ଜଣେ ନିଉଜ ଚ୍ୟାନେଲର ପରିଚାଳିକା ହୋଇଥିବାରୁ ସେ ଲୋକମାନଙ୍କ ସମସ୍ୟାକୁ ଜାଣି ଦଳର ଉନ୍ନତି ପାଇଁ କାର୍ଯ୍ୟ କରି ପାରିବେ ବୋଲି କୁହାଯାଉଛି । ଅନୁଜା ମଧ୍ୟ ମେୟର ହେବା ପାଇଁ ଆଶା ରଖିଥିବା ତାଙ୍କ ସମର୍ଥକ ମାନେ କହିଛନ୍ତି । କିନ୍ତୁ ବିଜେଡି ସୁପ୍ରିମୋ ଅନୁଜାଙ୍କ ଉପରେ ବିଜୟ ଟୋପି ପିନ୍ଧାଇ ଭରଷା କରିବେ କି ଅନ୍ୟ ଦଳ ତାଙ୍କୁ ନେବ ତାହା ସମୟ ହିଁ କହିବ । କୌଣସି ଦଳ ଟିକେଟ ନଦେଲେ ବି ସେ ବ୍ରହ୍ମପୁର ବାସୀଙ୍କ ବିକାଶ ଓ ଉନ୍ନତି ପାଇଁ ପ୍ରାଥି ହେବେ ବୋଲି ଶୁଣିବାକୁ ମିଳୁଛି ।


