ବ୍ରହ୍ମପୁର ସବୁଜ ବାହିନୀ ଓ ଇଶାଣେଶ୍ଵର ପାଠାଗାର ତରଫରୁ ବୃକ୍ଷ ରୋପଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏରେଣ୍ଡI ଗ୍ରାମ ନିକଟସ୍ଥ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ କିସମ ର ଫୁଲ ଓ ଫଳନ୍ତି ବୃକ୍ଷ ଯଥା ବାଦାମ୍, ଜାମୁକୋଳି, ଆମ୍ବ, ପିଜୁଳି, ସୀତାଫଳ, ରାମ୍ ଫଳ, କଦମ୍ୱ , ନିମ୍ବ, ନରକୋଳି, ବଉଳ, କରଞ୍ଜ, ଅଁଳା, ନିଳଗିରି, ଆକାଶିଆ, କୃଷ୍ଣଚୁଡ଼ା, ନାଗେଶ୍ବର ଚମ୍ପା, ଅର୍ଜୁନ,ଭଳି ବିଭିନ୍ନ ଉପକାରି ବୃକ୍ଷ ଗୁଡ଼ିକୁ ରୋପଣ କରାଯାଇଥିଲା ଏବଂ ତାହା ସହିତ ମହିଗଡା ଗ୍ରାମ ନିକଟସ୍ଥ ମର୍କେତେଶ୍ୱର ଶିବ ମନ୍ଦିର ପାହାଡ ଉପରେ ଏକ ହଜାର (ଖଜୁରି କୁଳି, ପଣସ , ତେନ୍ତୁଳି, ନିମ୍ବ, କରଞ୍ଜ ,) ଏମିତି ଅନେକ କିସମ ର ମଞ୍ଜି ଗୁଡ଼ିକୁ ପାହାଡ ଉପରକୁ ଯାଇ ଛୋଟ ଛୋଟ ଗାତ ଖୋଳି ମଞ୍ଜି ଗୁଡ଼ିକୁ ରୋପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ସବୁଜ ବାହିନୀର ସଭାପତି ଶିବରାମ ପାଣଗ୍ରାହୀ ଓ ଇଶାନେଶ୍ୱର୍ ପାଠାଗାରର ସଭାପତି ବନମାଳି ପ୍ରଧାନଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇ ଥିବା ବେଳେ ମନ୍ଦିର କମିଟି କହାଁଇ ସ୍ବାଇଁ, ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ପ୍ରଧାନ, ଧୋବା ସ୍ବାଇଁ, ପ୍ରଶାନ୍ତ ବିଷୋୟୀ, ବାବୁଲାସ୍ବାଇଁ, ଅମୂଲ୍ୟ ପ୍ରଧାନ, କଂସ ଜେନା, ବିକ୍ରମ୍ ଵରାଡ, ବଚନ ଜେନା, ବାଲାଜୀ ସାହୁ ,ସବୁଜ ବାହିନୀର ସମ୍ପାଦକ ପ୍ରସନ୍ନ କୁମାର ସ୍ବାଇଁ, ଗଣେଶ ପାଣିଗ୍ରାହୀ, ପ୍ରବୀଣ ନାୟକ, କୃଷ୍ଣ ଚନ୍ଦ୍ର ସାହୁ, ସୁଜିତ୍ ଗୌଡ଼, ବାଲାଜୀ ବେହେରା, ଏସ. ରବି କୁମାର୍, ଚନ୍ଦନ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ