ବୟସ୍କଙ୍କ ଭୁଲ, ଭୁଲ ନୁହେଁ

ଭୁଲ ସବୁବେଳେ ଭୁଲ ହୋଇଥାଏ | ସେ ବଡ଼ ଲୋକ ଭୁଲ କରନ୍ତୁ କିମ୍ବା କୌଣସି ଛୋଟ ପିଲା ଭୁଲ କରନ୍ତୁ | ଭୁଲ ସବୁବେଳେ ଭୁଲ ହୋଇଥାଏ କିନ୍ତୁ ବେଳେବେଳେ ଦେଖିବାକୁ ମିଳେ ଛୋଟ ପିଲା ଭୁଲ କଲେ ସେମାନଙ୍କୁ ଦଣ୍ଡ ଦିଆଯାଏ କିନ୍ତୁ ବଡ଼ ଲୋକ ଭୁଲ କଲେ ସେହି ଭୁଲକୁ ଲୁଚେଇବା ପାଇଁ ହଜାର ଭୁଲ କରାଯାଇଥାଏ | ଯେମିତିକି ଏ ଭୁଲ କେବଳ ଛୋଟଙ୍କ ପାଇଁ ହୋଇଥାଏ ବଡ଼ଙ୍କ ପାଇଁ ବରଦାନ ସାଜିଥାଏ | ଆମ ସମ୍ଭିଧାନରେ ମଧ୍ୟ ଉଲ୍ଲେଖ ଅଛି ଯେ ସମ୍ଭିଧାନ ଆଗରେ ସମସ୍ତେ ସମାନ କେବଳ ସେତିକି ନୁହେଁ ୧୮ବର୍ଷ ପରେ ଯେତେବେଳେ ଜଣେ ପିଲା ନାଗରିକ ହୋଇ ଗଣତନ୍ତ୍ରର ସର୍ବବୃହତ ଉତ୍ସବ ମତାଦାନରେ ସାମିଲ ହୋଇଥାନ୍ତି ସେତେବେଳ ଠୁ ତାଙ୍କର ମଧ୍ୟ ଦାୟିତ୍ୱ ଥାଏ ରାଷ୍ଟ୍ର ନିର୍ମାଣରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରିବାର | କେବଳ ଆଧୁନିକ ଯୁଗରେରେ ଆମେ ଯଦି ଦେଖିବା ତାହାଲେ ପୁରାଣ ଗାଥାରେ ମଧ୍ୟ ଭୁଲକୁ ସବୁବେଳେ ଭୁଲ ବୋଲି ଗ୍ରହଣ କରାଯାଇଥାଏ | ମାତ୍ର ସାମ୍ପ୍ରତି ସମୟରେ ଆମେ ଯଦି ବାସ୍ତବ ଚିତ୍ରକୁ ଦେଖିବା ତାହାଲେ ଏବେ ଭୁଲ ଏବଂ ଠିକ କେବେଳ ଖାତା କଲମ ଏବଂ କିଛି ଛୋଟ ପିଲାଙ୍କ କ୍ଷେତ୍ର ଛଡ଼ା ଅନ୍ୟ କେଉଁଠି ପାଇବା ନାହିଁ | ଆଜିର ସମୟରେ କୌଣସି ବରିଷ୍ଠ ବ୍ୟକ୍ତି ଭୁଲ କରିଲେ ଅଥବା ସମାଜରେ ଅନେକ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ଭୁଲ କରିଲେ ସେହି ଭୁଲକୁ ଲୁଚାଇବାକୁ ଅନେକ ଭୁଲ କରାଯାଇଥାଏ |ମାତ୍ର ସେହି ପରିସ୍ଥିତିରେ ଯଦି ଗୋଟେ ଛୋଟ ପିଲା ଭୁଲ କରେ ତାହେଲେ ବୟସ୍କ ବ୍ୟକ୍ତିମାନେ ସେମାନଙ୍କୁ ଦଣ୍ଡ ଦେବାରେ ଟିକେ ମଧ୍ୟ ଅବହେଳା କରନ୍ତି ନାହିଁ | ଏହାର ଅନେକ ଉଦାହରଣ ଦେଖାଯାଇଥାଏ ଯେମିତିକି ଗ୍ରାମାଞ୍ଚଳରେ ଯେତେବେଳେ ହେଲମେଟ ଚେକିଂ ହୁଏ ସେତେବେଳେ କୌଣସି ବରିଷ୍ଠ ବ୍ୟକ୍ତି ଯଦି ହେଲିମେଟ ନଆଣିଥିବେ ତାଙ୍କୁ ସାର ଆପଣ ଯାଆନ୍ତୁ କହି ଛାଡ଼ିଦିଆଯାଉଥିବା ବେଳେ ସେହି ପରିସ୍ଥିତିରେ ଯଦି କୌଣସି ଯୁବକ କି ଯୁବତୀ ହେଲମେଟ ନଆଣିଥିବେ ତାହାଲେ ତାଙ୍କୁ ମୋଟା ଅଙ୍କର ଜୋରିମାନା ଭରିବା ସହ ତାଗିଦ କରାଯାଇଥିଏ ପୁଣି କେବେ ଏମିତି ନକରିବାକୁ ପରାମର୍ଶ ଦିଆଯାଇଥାଏ | ଆଉ କେତେକ କ୍ଷେତ୍ରରେ ଦେଖାଯାଏ ଯଦି କୌଣସି କଲେଜ ଛାତ୍ରଛାତ୍ରୀ ସହ କିଛି ବରିଷ୍ଠ ଲୋକଙ୍କ କଥା କୋଟାକଟି ହେଇଥାଏ ତାହାଲେ ସେହିଠି କିଛି ବାଟୋଇ ଏବଂ ବରିଷ୍ଠ ଲୋକଙ୍କ ପ୍ରିୟଭାଜନ ସେହି କୋମଳମୋତି ଛାତ୍ରଛାତ୍ରୀଙ୍କୁ ଦୋଷୀ କହି ଭୁଲ ମାଗିବାକୁ ବାଧ୍ୟ କରିଥାନ୍ତି ଯେତେବେଳେ କି ବାସ୍ତବ କଥାରେ ସେ ବରିଷ୍ଠ ଲୋକଙ୍କ ଭୁଲ ଥିବ ମାତ୍ର ଯେମିତି ଆମେ ଗପ ପଢ଼ିଛୁ ତିନି ତୁଣ୍ଡରେ ଛେଳି କୁକୁର ଠିକ ସେହିପରି ଭାବେ ନ୍ୟାୟ ଏବଂ ସତ୍ୟ କଥା କହୁଥିବା ଛାତ୍ରଛାତ୍ରୀ କୁ ଦଣ୍ଡିତ କରିବା ସହ ଭୁଲ ସ୍ୱୀକାର କରାଇଥାନ୍ତି | ତେଣୁ ଭୁଲକୁ ଭୁଲ ବୋଲି କୁହନ୍ତୁ ଛୋଟ ବଡ଼ ଭେଦଭାବ ନରଖି ଉଚିତ ବିଚାର କରିବା ଦିଗରେ ଆଗେଇ ଯାଆନ୍ତୁ କାହିଁକି ନା ଛୋଟ ପିଲା କେବଳ ଭୁଲ କରନ୍ତିନି ସେମାନେ ମଧ୍ୟ ସେମାନଙ୍କ ଭୁଲକୁ ସୁଧାରି ଜାଣନ୍ତି ଆଉ ବଡ଼ ଲୋକ ନିଜ ଭୁଲକୁ ଲୁଚେଇବାକୁ ଯାଇ ଅନେକ ଭୁଲ କରିଦେଇ ବସନ୍ତି | ଆଉ ଯିଏ ଯେଉଁଠି ଯେଉଁ ଭୁଲ ଦେଖୁଛନ୍ତି ତାକୁ ପ୍ରତିବାଦ କରନ୍ତୁ ସତ କହି ଚାଲନ୍ତୁ କାରଣ ସତ ଆଗରେ ଭୁଲ ସବୁବେଳେ ମଥା ପୋତି ଚାଲୁଥାଏ | ସେଥିପାଇଁ ତ ସତ କହୁଥିବା ଲୋକ ମନରେ କେବେ ପଶ୍ଚାତାପ ନଥାଏ ଆଉ ମିଛ କହୁଥିବା ଲୋକ ଆଗରେ ଅନେକ ଭୟ ଲୁଚି ରହିଥାଏ | ସତ ଭୁଲକୁ ଭୟ କରେନି କନ୍ତୁ ଭୁଲ ସବୁବେଳେ ସତକୁ ବା ଠିକକୁ ଭୟ କରେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ