ଭଙ୍ଗା ଦଦାରା ଘରେ ବିତାଉଛନ୍ତି ବିପଦପୂର୍ଣ୍ଣ ଜୀବନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗ ପଂଚାୟତ ଅନ୍ତର୍ଗତ ବୁରୁପଦା ଗ୍ରାମର କରୁଣାକର ଓ ଚନ୍ଦ୍ରମା, ଉଭୟଙ୍କ ବୟସ ପ୍ରାୟ ସତୁରୀରୁ ଉର୍ଦ୍ଧ. ଏହି ୨ ଜଣ ଦମ୍ପତ୍ତି ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି. ରହିବା ପାଇଁ ଘର ଖାଇବା ପାଇଁ କିଛି ବ୍ୟବସ୍ତା ଏମାନଙ୍କ ପାଖରେ ନାହିଁ. ଗ୍ରାମବାସୀଙ୍କ ଠାରୁ ମିଳିଥିବା ଏକ ପୁରାତନ ଭଙ୍ଗା ଦଦରା ଘର ଏମାନଙ୍କ ବାସ ସ୍ଥାନ. ଆବାସ ଯୋଜନାରେ ଘରଟିଏ ପାଇଁ ସମସ୍ତଙ୍କ ଠାରେ ବହୁ କାକୁତି ମିନତି କରିଛନ୍ତି. ହେଲେ ଆଜି ସୁଦ୍ଧା ଆବାସ ଯୋଜନାରେ ଘରଟିଏ ପାଇପାରି ନାହାନ୍ତି. ଶାରୀରିକ ପରିଶ୍ରମ କରି କିମ୍ବା କୌଣସି ଜାଗାରେ ଖଟି ଖାଇବା ପାଇଁ ବୟସ ଦୃଷ୍ଟିରୁ କାମ କରିପାରୁନାହାନ୍ତି. ଏଭଳି ଅଭାବ ଅନାଟନ, ଦୁଃଖ କଷ୍ଟ ଓ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି ଏହି ବୃଦ୍ଧ ଦମ୍ପତି. ସରକାରୀ ସାହାର୍ଯ୍ୟ ଏମାନଙ୍କ ପାଖରେ ସାତ ସପନ ପାଲଟିଛି.ତଥାପି ହେଲେ ମଧ୍ୟ ହାର ମାନି ନାହାନ୍ତି ଦୁହେଁ । ଭଗବାନଙ୍କୁ ଆଶ୍ରୟ କରି ଗ୍ରାମବାସୀଙ୍କ ସାହାଯ୍ୟ ସହାୟତାରେ ଜୀବନ ବିତାଇ ଚାଲିଛନ୍ତି. ଏମାନେ ରହି ଆସୁଥିବା ଘରକହିଲେ ପୁରୁଣା କାଳର ଭଙ୍ଗା ଫଟା ଆଜବେଷ୍ଟକୁ ନେଇ ନିର୍ମିତ ଏହି ଘର । ତାହାବି ଦିନରେ ସୂର୍ଯ୍ୟ ରାତିରେ ତାରା ଦେଖାଯାଉଥିବା ଘର . ଏହିଘରେ ରୋଷେଇ ଏହିଘରେ ଉଠାବସା ଆଉ ଏହି ଘରେ ହିଁ ଶୋଇବା । ଏହି କଥା କିଛି ଆଶ୍ଚର୍ଯ୍ୟ କଥା ନୁହ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଘର ବି ଏହି କରୁଣା ଓ ଚନ୍ଦ୍ରମାଙ୍କ ନୁହଁ ।ଘରଟି ହେଉଛି ଗ୍ରାମ ବାସୀ କୋଠ ଘର , ହିଁ ଆଜ୍ଞା । ଫାଇଲିନ ହୁଡୁ ହୁଡୁ ବାତ୍ୟା ରେ ଯେତେବେଳେ ଘର ଭାଙ୍ଗିଗଲା । ଗ୍ରାମ ବାସୀ ବିକଳ ପାଞ୍ଚୀ ଏହି ଘରେ ରହିବାକୁ ଦେଇଛନ୍ତି ଆଶ୍ରର ।ନିଜର ଯାହା ଘର ଥିଲା ତାହା ଏବେ ଭାଙ୍ଗି ଚୁରୁମାର ହୋଇ ଯାଇଛି । ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ପାଖରେ ଗୁହାରି କରି ଆବାସ ଖଣ୍ଡେ ପାଇପାରିଲେ ନାହିଁ । ଆଉ ବାରଧ୍ୟକ୍ୟ ଭତା କହିଲେ କରୁଣା କର ଯାହା ପାଉଥିଲେ ସେଥିରେ କଷ୍ଟେ ମଷ୍ଟେ ଚଳିଯାଉଥିଲେ । ଏବେ ସେତକ ବି ପାଉନଥିବା କହିଛନ୍ତି କରୁଣା ।ଏପଟେ ଚନ୍ଦ୍ରମାଙ୍କ ବୟସ ବି ସତୁରୀ ପାଖାପାଖି ହେଲେ ବି ଭତା ପଇସା ମିଳୁନଥିବା କହିଛନ୍ତି ଚନ୍ଦ୍ରମା ।ଯାହା ପଞ୍ଚାଯତ ଚାଉଳ ମିଳେ ସେଥିରେ ଗୁଜରାଣ ମେଣ୍ଟି ଯାଏ । ନହେଲେ ଭୋକ ଉପାସରେ ଦିନ କଟେ । ଘରେ ବଡିଲା ଭେଣ୍ଡିଆ ପୁଅ ଅକାଳରେ ମୃତ୍ୟୁ ହୋଇଥିବାରୁ ତାକୁ ଝୁରି ଝୁରି ଦିନ କାଟୁଛନ୍ତି କରୁଣା ଓ ଚନ୍ଦ୍ରମା । ଏବେ ବୃଦ୍ଧା ଦମ୍ପତିଙ୍କୁ ସାହାରା ବୋଲି କେହି ନାହିଁ । ସାହି ପଡିସା ଦୁଃଖ ଦେଖି ନପାରି କିଛି ଦେଲେ ସେଥିରେ ଚଳିଯାଏ । କୁଲି ମଜୁରି ତ ଏବୟସରେ କରିବା ଅସମ୍ଭବ । ଜଙ୍ଗଲରୁ ଶିଆଳି ପତ୍ର ଆଣି ଖଲି ପତ୍ର ସିଲାଇ ବିକୁଛନ୍ତି । ୟାଙ୍କ ଲାଗି ଦୁନିଆର ସବୁ ଦୁଃଖ ରହିଥିବା ଭଳି ମାନେ ହେଉଛି । ସେହି ଭଳି ଏ କରୁଣା ଓ ଚନ୍ଦ୍ରମାଙ୍କ ଜୀବନରେ କେବେ ଆସିବ ସୁଖ ଓ କେବେ ମିଳିବ ଏକ ଆବାସ ଘର ବୋଲି ସାଧାରଣରେ ପ୍ରଶ୍ନ କରାଯାଇ ତୁରନ୍ତ ଏମାନଙ୍କ ଦୁଃଖ ଦୂର କରାଯାଇ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଗୁରୁପଦା ଗ୍ରାମବାସୀମାନେ ନିବେଦନ କରିଛନ୍ତି.


