ଭାରତର ଆକାଶପଥ ଦେଇ ଯିବ ନାହିଁ ଇମ୍ରାନ ଖାଁ ଙ୍କ ବିମାନ
ଇସ୍ଲାମାବାଦ୍:- ଦୁଇ ଦିନିଆ ମାଲେସିଆ ଗସ୍ତରେ ଯିବାକୁ ଥିବା ପାକିସ୍ତାନ ଇମ୍ରାନ ଖାଁ ଭାରତୀୟ ଆକାଶପଥ ବ୍ୟବହାର କରିବେ ନାହିଁ ବୋଲି ପାକିସ୍ତାନ ଗଣମାଧ୍ୟମ ସଂସ୍ଥା ଏଆର୍ଓ୍ଵାଇ ନିଉଜ୍ ରିପୋର୍ଟ ପ୍ରକାଶ କରିଛି । ଏକ ବିବୃତିରେ ବୈଦେଶିକ କାର୍ୟ୍ୟାଳୟ ମୁଖପାତ୍ରୀ ଐଶା ଫାରୁକ୍ୱି କହିଛନ୍ତି ଯେ ମାଲେସୀୟ ପ୍ରଧାନମନ୍ତ୍ରୀ ମହାଥିର ମହମଦ୍ଙ୍କ ଆମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କୁଆଲାଲମ୍ପୁର ଯାଉଛନ୍ତି। ମାଲେସୀୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ବେଳେ ଖାଁ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବେ ବୋଲି ଆଶା କରାଯାଉଛି । କଶ୍ମୀର ପରିସ୍ଥିତି ଯୋଗୁଁ କୁଆଡ଼େ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଭାରତୀୟ ଆକାଶପଥ ବ୍ୟବହାର ନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଏଆର୍ଓ୍ଵାଇ ନିଉଜ୍ କୌଣସି ସୂତ୍ରରୁ ସୂଚନା ପାଇଥିବା କଥା କହିଛି । ପୁଲ୍ଓ୍ଵାମା ଆକ୍ରମଣ ପର ଠାରୁ କେତେଗୁଡ଼ିଏ ଘଟଣା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତୀବ୍ରତର ହୋଇଛି। ଫଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ସମୟରେ ପାକିସ୍ତାନ ତା ‘ର ଆକାଶପଥ ବ୍ୟବହାର କରିବାକୁ ଅନୁମତି ଦେଇ ନ ଥିଲା। ଏ ପ୍ରସଙ୍ଗରେ ଭାରତ ‘ଇଣ୍ଟର୍ନ୍ୟାସ୍ନାଲ୍ ସିଭିଲ୍ ଆଭିଏସନ୍ ଅର୍ଗାନାଇଜେସନ୍ ଙ୍କ ଠାରେ ଫେରାଦ ହୋଇଥିଲା ।


