ଆରମ୍ଭ ହେଲା କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ

ଭୁବନେଶ୍ବର-: କଲ୍ୟାଣ ମଣ୍ଡପଗୁଡ଼ିକୁ ସୋମବାରଠାରୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ । ଯେଉଁ କଲ୍ୟାଣ ମଣ୍ଡପଗୁଡ଼ିକ ବିନା ବିଲଡିଂ ପ୍ଲାନ ଅନୁମୋଦନରେ କୋଠା ର୍ନିମାଣ, ବିନା ଟ୍ରେଡ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା କଲ୍ୟାଣମଣ୍ଡପ ସେଗୁଡ଼ିକ ସିଲ୍ କରି ଦିଆଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଜାନୁୟାରୀ ୩୧ ଏହାର ସମୟସୀମା ସରିବା ପରେ ସୋମବାର କଲ୍ୟାଣମଣ୍ଡପ ସିଲ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫ଟି କଲ୍ୟାଣମଣ୍ଡପ ସିଲ କରିବ ବିଏମସି । ଏଥିରେ ଦକ୍ଷିଣପୂର୍ବ ଜୋନରେ ସହିଦନଗର ଥାନା ଅଞ୍ଚଳରେ ଗୋଟିଏ, ଉତ୍ତର ଜୋନରେ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଧୀନରେ ତିନିଟି ଏବଂ ଦକ୍ଷିଣ ପଶ୍ଚିମ ଜୋନରେ ସାଇ ଗାର୍ଡେନ କଲ୍ୟାଣମଣ୍ଡପ ସିଲ୍ ହେବ । ପ୍ରଥମ କରି ସହିଦନଗର ଅଞ୍ଚଳରେ ଥିବା ବେଆଇନ ବିବାହ ଏବଂ କଲ୍ୟାଣ ମଣ୍ଡପକୁ ପୂର୍ବାହ୍ନ ସାଢ଼େ ୧୦ଟାରୁ ଯାଞ୍ଚ କରାଯାଇ ମଣ୍ଡପଗୁଡ଼ିକୁ ସିଲ୍ କରି ଦିଆଯିବ । ପରେ ଅନ୍ୟ କଲ୍ୟାଣ ମଣ୍ଡପଗୁଡ଼ିକ ଯାଞ୍ଚ କରାଯିବା ସୂଚନା ରହିଛି। ସୂଚନାଯୋଗ୍ୟ ଯେ, ସହରରେ ୯୪ କଲ୍ୟାଣ ମଣ୍ଡପ ରହିଛି। ମଣ୍ଡପରେ ପରିମଳ ବ୍ୟବସ୍ଥା, ପାର୍କିଂ, ବର୍ଜ୍ୟବସ୍ତୁ ପରିଚାଳନା, ଆବଶ୍ୟକ ମୁକ୍ତସ୍ଥାନ, ଡ୍ରେନେଜ ବ୍ୟବସ୍ଥା ସଂକ୍ରାନ୍ତ କାଗଜପତ୍ର ଦାଖଲ କରିବାକୁ ବିଏମ୍ସି ପକ୍ଷରୁ କୁହାଯାଇଥିଲା। ସମୟସୀମା ଭିତରେ ମାତ୍ର ୩୬ କଲ୍ୟାଣ ମଣ୍ଡପ ପରିଚାଳକ କାଗଜପତ୍ର ଦାଖଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ