ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀଙ୍କୁ କରୋନା
ନୂଆଦିଲ୍ଲୀ, (ଓ୍ୱାଇଏନ୍ଏସ୍): ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏସମ୍ପର୍କରେ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ତେବେ ସେ ସୁସ୍ଥ ଅନୁଭବ କରୁଥିବା ଉଲ୍ଲେଖ କରିବା ସେହ ସମସ୍ତେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଟୁଇଟ୍ ରେ ଛତ୍ରୀ ଲେଖିଛନ୍ତି, ‘ଏହା ଖୁସିର ଅପଡେଟ୍ ନୁହେଁ । ମୁଁ କୋଭିଡ୍ -୧୯ ପଜିଟିଭ୍ ବୋଲି ଜଣାପଡିଛି । ଖୁସିର କଥା ହେଉଛି ମୁଁ ସୁସ୍ଥ ଅନୁଭବ କରୁଛି ଏବଂ ଖୁବ୍ ଶୀଘ୍ର ଫୁଟବଲ ପିଚ୍ କୁ ଫେରିବି । ଆପଣ ସମସ୍ତେ ସର୍ବଦା ସୁରକ୍ଷା ସମ୍ବନ୍ଧୀୟ ସତର୍କତା ଅବଲମ୍ବନ କରିବା ଉଚିତ୍ ବୋଲି ସେ ଲେଖିଛନ୍ତି ।


