ବ୍ରହ୍ମା କୁମାରୀ ମୁଖ୍ୟ ହୃଦୟ ମୋହିନୀଙ୍କ ପରଲୋକ

ମୁମ୍ବାଇ, (‌ୱାଇଏନ୍‌ଏସ୍‌): ଆଧ୍ୟାତ୍ମିକ ସଂଗଠନ ବ୍ରହ୍ମା କୁମାରୀର ମୁଖ୍ୟ ପ୍ରଶାସକ ଦାଦି ହୃଦୟ ମୋହିନୀଙ୍କର ଗୁରୁବାର ଦିନ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ଗତ ୨ ସପ୍ତାହ ଧରି ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ବ୍ରହ୍ମା କୁମାରୀର ମୁଖପାତ୍ରଙ୍କ ଅନୁଯାୟୀ, ଗତ ୧୫ ଦିନ ଧରି ମୁମ୍ବାଇର ସୈଫି ହସ୍ପିଟାଲରେ ହୃଦୟ ମୋହିନୀ ଚିକିତ୍ସିତ ହେଉଥିଲେ । ଏକ ବର୍ଷ ପୂର୍ବେ ପୂର୍ବତନ ମୁଖ୍ୟ ଦାଦି ଜାନକୀଙ୍କ ମୃତ୍ୟୁ ପରେ ହୃଦୟ ମୋହିନୀ ସଂଗଠନର ମୁଖ୍ୟ ପ୍ରଶାସକ ଭାବରେ ନିଯୁକ୍ତ ହୋଇଥିଲେ । ଶୁକ୍ରବାର ଦିନ ତାଙ୍କ ମୃତଦେହକୁ ଆବୁ ରୋଡରେ ଥିବା ସଂଗଠନର ମୁଖ୍ୟାଳୟକୁ ଅଣାଯିବା ପରେ ଜନସାଧାରଣ ଶେଷ ଦର୍ଶନ କରିପାରିବେ । ୧୩ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ