ଭାରସାମ୍ୟ ହରାଇ ଖାଲ କୁ ଅଟୋ ଓଲଟିଲା ୮ ଗୁରୁତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ଦାସିଙ୍ଗବାଡ଼ି ଗ୍ରାମର ୧୨ ଜଣ ଏକ ଅଟୋରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।ପ୍ରକାଶ ଯେ, କୋଟଗଡ଼ ବ୍ଳକ ଆରଲାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲକି ସୀତାଗୁଡ଼ା ଗ୍ରାମକୁ ଏକ ଶୁଦ୍ଧି କାର୍ଯ୍ୟକୁ ଯାଇ ଦାସିଙ୍ଗବାଡ଼ି ଗ୍ରାମକୁ ଫେରୁଥିଲେ । ଦାସିଙ୍ଗବାଡ଼ି ଗ୍ରାମ ନିକଟ ଟେକାବାଡ଼ି ଘାଟିରେ ଭାରସାମ୍ୟ ହରାଇ ଅଟୋ ଓଲଟି ଖାଲକୁ ପଡ଼ି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ହୋଇଥିବା  ସନ୍ୟାସୀ ନାୟକ (୪୭), ଶାନ୍ତ କୁମାର ସିଂ (୨୮), ନିରଞ୍ଜନ ନାୟକ (୨୯), ଯୁବି ନାୟକ (୩୫), ସତ୍ୟବାନ ସିଂ (୫୦), ସୁଧାରାଣି ନାୟକ(୩୬), ମିଥୁନ ସିଂ(୩୧) ଓ ତିନି ବର୍ଷର ଶିଶୁ ଯୁସମନ୍ତ(୩) । ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ