ବିଶ୍ୱଶାନ୍ତି ମହାଯଜ୍ଞର ପୁର୍ଣ୍ଣାହୁତୀ
ହାଟଡିହି, (ବିକାଶ ବିଶ୍ୱାଳ ) :-ହାଟଡିହି ବ୍ଲକ ଶାସଙ୍ଗ ଠାରେ ପ୍ରତିବର୍ଷ ପରି ଚଳିତବର୍ଷ ତିନିଦିନ ଧରି ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞର ଆଜି ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇଛି । ଏହି ଯଜ୍ଞ ପାଇଁ ଗତ ମଙ୍ଗଳବାର ମଧ୍ୟାହ୍ନରେ ବାଲିଆ ପୋଖରୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ଶଶିକାନ୍ତ ମିଶ୍ର, ବାଇଧର ପାଢ଼ୀ, ଜଗନ୍ନାଥ ପାଢ଼ୀ, ଚିନ୍ତାମଣୀ ପାଢ଼ୀ, ମୋହନ ଚରଣ ପାଢ଼ୀଙ୍କ ଦ୍ୱାରା ବୈଦିକ ରିତୀନୀତି ମତେ ପୂଜାର୍ଚ୍ଚନା କରାଯାଇଥିଲା । ଗଣପତି ପୂଜା, ସୂର୍ଯ୍ୟପୂଜା, ଧେନୁପୂଜା, ଆଦି ପରେ ହୋମଯଜ୍ଞ କରାଯାଇ ଗୀତାପାଠ କରାଯାଇଥିଲା । ଆଜି ସକାଳୁ ଗ୍ରାମର ଆରାଧ୍ୟ ଦେବତା ଶିଖରେଶ୍ୱରଙ୍କ ନିକଟରେ ରାଦ୍ରାଭିଷେକ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଗ୍ରାମର ଶହଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇ କଳଶ ବିଶର୍ଜନ କରାଯାଇଥିଲା । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ପୁର୍ବତନ ବିଧାୟକ ମାୟାଧର ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେଇଥିଲେ । ତପୋଧନ ସ୍ୱାଇଁ, କୁମୁଦୁନୀ ସାମଲ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବା ବେଳେ ଦୁର୍ଯ୍ୟୋଧନ ବିଶ୍ୱାଳ, ବୀରଭଦ୍ର ବିଶ୍ୱାଳ, ପର୍ଶୁରାମ ନାୟକ, କାଠି ପ୍ରଧାନ, ନିତ୍ୟାନନ୍ଦ ପାଢ଼ୀ, ଖଗେଶ୍ୱର ବାରିକ, ସୁବୋଧ ଆୟଚ, ନରହରି କୁଅଁର, ମଧୁସୁଦନ ସୁବୁଦ୍ଧି, ଟିକୁ ଆୟଚ, ଦର୍ପଦଳନ ଆଚାର୍ଯ୍ୟ, ଚଗୁଲୁ ନାୟକ, ଜଗନ୍ନାଥ ବିଶ୍ୱାଳ ସହକର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ନାମ ସଙ୍କିର୍ତ୍ତନ, ଭଜନ ସମାରୋହ, ପ୍ରବଚନ ପ୍ରଭୃତି କାର୍ଯ୍ୟକ୍ରମ କରାଯାଇଥିଲା । ସମସ୍ତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


