ଭିତରକନିକାର ସୁରକ୍ଷା ପାଇଁ ଆହ୍ୱାନ ପକ୍ଷରୁ ଆଲୋଚନାଚକ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାଡାର ପରିବେଶ ଓ ସମାଜ ସଂସ୍କାର ମଞ୍ଚ ଆହ୍ୱାନ ପକ୍ଷରୁ ପରିବେଶ ଓ ଭିତରକନିକାର ସୁରକ୍ଷା ସମ୍ପର୍କରେ ଏକ ଆଲୋଚନାଚକ୍ର ସମାଜସେବୀ ତଥା ଆହ୍ୱାନର ସଭାପତି ଆଦିକନ୍ଦ ରାଉଳଙ୍କ ପୈାରହିତ୍ୟରେ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ମଞ୍ଚରେ ପ୍ରଥମ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖୟବକ୍ତା ଭାବେ ପରିବେଶବିତ ହେମନ୍ତ ରାଉତ ଯୋଗଦେଇ ପ୍ରତି ୩ ଘଣ୍ଟାରେ ଗୋଟିଏ ଦିନ ବିଶ୍ୱରୁ ଲୋପ ପାଇଯାଉଛି ବୋଲି କହିଥିଲେ । ସମୟ ଆସିବ ଜୀବଜନ୍ତୁ ଲୋପ ପାଇଯିବେ । ଦିନ ଆସିବ ସାରା ପୃଥିବୀ ଦିନେ ସାଇବେରିଆ ମରୁଭୂମୀରେ ପରିଣତ ହୋଇଯିବ । ବିଶେଷ କରି ଓଡିଶାର ଖଣି ଖାଦାନ, ଜମି, ଜଳ ଓ ଜଙ୍ଗଲର ଅଭାବ ନାହିଁ । କିନ୍ତୁ ତା’ର ବିକାଶ ସାଧନ ସଠିକ ଭାବରେ ହୋଇପାରୁ ନାହିଁ । ଏହି ଆଲୋଚନାଚକ୍ରରେ ଆହ୍ୱାନର ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ, ରମଣୀରଞ୍ଜନ ରାଉତରାୟ, ପ୍ରଦୀପ ଦାଶ, ଶୁଭାଂଶୁ ଦାସ, ଗବେଷକ ନିରଞ୍ଜନ ମେକାପ, ଶ୍ରୀଧର ମହାନ୍ତି, ଅମୀୟ ନାୟକ, ଶ୍ରୀଧର ଭୋଳ, ଅଭିମନ୍ୟୁ ଗୋଛାୟତ ପ୍ରମୁଖ ଯୋଗଦେଇ ପରିବେଶ ଓ ଭିତର କନିକାର ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଏଥିରେ ମୁଖୟ ଅତିଥି ଭାବେ ପୂର୍ବତଟ ରେଳବାଇର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ଯୋଗଦେଇ ପରିବେଶ ପ୍ରଦୂଷଣକୁ ନରୋକିଲେ ଏ ପୃଥିବୀ ଦୁର୍ବିସହ ହୋଇପଡିବ ବୋଲି ମତବ୍ୟକ୍ତ କରିଥିଲେ । ପରେ ସିଦ୍ଧ ବଳଦେବଜୀୟୁ ଦିବ୍ୟାଙ୍ଗ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସଂଗୀତ ପରିବେଷଣ କରିଥିଲେ । ଶେଷରେ ମହୋତ୍ସବ କମିଟି ସମ୍ପାଦକ ସଞ୍ଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


