ଭିନ୍ନକ୍ଷମଙ୍କୁ ହୁଇଲି ଚେୟାର ପ୍ରଦାନ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦୁଇ ଜଣ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ଯୋଗାଇ ଦିଆଯାଇଛି । ବଛାଳୋ ପଂଚାୟତର ବବୃବାହାନ ଲେଙ୍କା ଓ ଗଜରାଜପୁର ପଂଚାୟତର ସୁଶିଲ କୁମାର ଲେଙ୍କାଙ୍କୁ ବିଡିଓ ରଶ୍ମୀରେଖା ମଲ୍ଲିକ ହୁଇଲ ଚେୟାର ଯୋଗାଇ ଦେଇଥିଲେ । ସୁଶିଲ କୁମାର ଭୋଇ ବ୍ଲକ କାର୍ଯ୍ୟାଳୟକୁ ଆସି ନ ପାରିବା ହେତୁ ତାଙ୍କ ବାପା ପ୍ରସନ୍ନ ଭୋଇ ଉକ୍ତ ହୁଇଲ ଚେୟାର ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ଠାରୁ ଗ୍ରହଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଏବିଡିଓ ଦେବେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିବା ବେଳେ ବିଏସଏସଓ ଶ୍ରୀନିବାସ ବେହେରା ଓ ପିଏ ପ୍ରସନ୍ନଜିତ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


