ବିକାଶମଞ୍ଚର ସ୍ୱତନ୍ତ୍ର ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବିକାଶ ମଞ୍ଚର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିକାଶ ମଞ୍ଚର ସଭାପତି ନିତ୍ୟାନନ୍ଦ ପହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଘନଶ୍ୟାମ ପହି, ନୃଷିହଂ ଚରଣ ସେଠୀ, ରମାକାନ୍ତ ମଲ୍ଲିକ, ଅନାଦି ଚରଣ ପହି, ଶାନ୍ତନୁ କୁମାର ନାୟକ, ସଦାଶିବ ଚକ୍ର, ବିଷ୍ଣୁପ୍ରସାଦ ବେହେରା, କାମପାଳ ନାୟକ, ବିଜୟ କୁମାର ଜେନା, ଗୌରାଙ୍ଗ ରଣା, ଶ୍ରୀଧର ଜେନା, ଇନ୍ଦ୍ରମଣି ଜେନା, ଅନାଥ ଜେନାଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ । ପ୍ରାରମ୍ଭରେ ପରଲୋକ ଗମନ କରିଥିବା ବିକାଶ ମଞ୍ଚର ଉପଦ୍ଦେଷ୍ଟା ସ୍ୱର୍ଗତ ସୁରେନ୍ଦ୍ର କୁମାର ବାରିକଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ବିକାଶ ମଞ୍ଚର ବହୁ ଦିନର ଥିବା କୋର୍ଟ ଖୋଲିବା ଦାବି ପୁରଣ ହେବାକୁ ଯାଉଥିବାରୁ ସଦସ୍ୟମାନେ ଖୁସି ବ୍ୟକ୍ତ କରିବା ସହିତ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାିଥିଲେ । ପରେ ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ପାଳନ ସମ୍ପର୍କରେ ଆଲୋଚନା କରାଯାଇ ଏହାକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ