ଭୟାନକ ଏବଂ ହୃଦୟ ବିଦାରକ ଗଣତନ୍ତ୍ର ଦୁର୍ଘଟଣା ଘଟି ଚାଲିଛି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ସମେତ ସମଗ୍ର ଭାରତରେ ବାହାନଗା ରେଳ ଦୁର୍ଘଟଣା ଭଳି ମର୍ମନ୍ତୁଦ, ଭୟାନକ ଏବଂ ହୃଦୟ ବିଦାରକ ‘ଗଣତନ୍ତ୍ର ଦୁର୍ଘଟଣା’ ଘଟିଚାଲିଛି ଏବଂ ପ୍ରତି ମୁହୂର୍ତ୍ତରେ ଲୋକ ପ୍ରତିନିଧିମାନେ ଗଣତନ୍ତ୍ର ଦୁର୍ଘଟଣାରେ ଛଟପଟ ହେଉଛନ୍ତି ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି)ର ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ ଏକଛତ୍ରବାଦୀ ଏବଂ ମନୋମୁଖୀ ଶାସନ ପଦ୍ଧତିର ଆର୍ବିଭାବ ଏବଂ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ କାର୍ଯ୍ୟ ପଦ୍ଧତି ମଧ୍ୟ ଓଡ଼ିଶାରେ ଏକଛତ୍ରବାଦୀ, ମନୋମୁଖୀ ଏବଂ ଅଗଣତାନ୍ତ୍ରିକ ଶାସନର ଆର୍ବିଭାବ ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ସହକର୍ମୀ ସାଂସଦ ମାନଙ୍କ ପାଇଁ ପାର୍ଲାମେଣ୍ଟ ଉଦ୍ଦିଷ୍ଟ । ପ୍ରଧାନମନ୍ତ୍ରୀ ମୋଦି ଦିନରାତି ୨୪ ଘଣ୍ଟା ଭାରତର ବିକାଶ ପାଇଁ ପାର୍ଲାମେଣ୍ଟରେ କହିପାରିବେ ଏବଂ ପାର୍ଲାମେଣ୍ଟରେ ସର୍ବସାଧାରଣଙ୍କୁ ଉଦ୍ବୋଧନ ଦେଲେ ତାହା ଗଣତାନ୍ତ୍ରିକ ସ୍ୱୀକୃତି ପାଇଥାନ୍ତା ଏବଂ ତାଙ୍କର ସହକର୍ମୀ ସାଂସଦମାନେ ମଧ୍ୟ ସେମାନଙ୍କର ମନର କଥା କହିବାରେ ସୁଯୋଗ ପାଇଥାନ୍ତେ । ଭାରତର ଗଣତନ୍ତ୍ର ସୁଦୃଢ ଏବଂ ସୁନ୍ଦର ହୋଇଥାନ୍ତା । ପ୍ରଧାନମନ୍ତ୍ରୀ ମନ୍ କି ବାତ କହି ବେଆଇନ ଭାବେ ନିଜର ପ୍ରଭାବ ଦେଶବାସୀଙ୍କ ଉପରେ ଲଦି ଦେଉଛନ୍ତି ଏବଂ ନିଜର ଚେହେରା ଉଜ୍ଜ୍ୱଳ କରିବାକୁ ଚେଷ୍ଟା କରି ସାଂସଦମାନଙ୍କୁ ଭାରତର ବିକାଶ କଥା କହିବାରୁ ବଞ୍ôଚତ କରିବା ଦୁର୍ଭାଗ୍ୟଜନକ ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି ପକ୍ଷରୁ କୁହାଯାଇଛି । ସେହିପରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ କନିଷ୍ଠ ଆଇ.ଏ.ଏସ୍ ଅଫିସର ଭି.କେ ପାଣ୍ଡିଆନଙ୍କୁ ତାଙ୍କର ବରିଷ୍ଠ ପ୍ରଶାସନିକ ଅଫିସର ଏବଂ ଓଡ଼ିଶାର ସାଂସଦ ଓ ବିଧାୟକ ମାନଙ୍କ ଉପରେ ଳଦିଦେଇ ସେମାନଙ୍କର କ୍ଷମତା ଓ ମର୍ଯ୍ୟାଦା ହାନି କରୁଛନ୍ତି ଏବଂ ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ରର ହତ୍ୟା କରୁଛନ୍ତି ଏବଂ ଓଡ଼ିଶାବାସୀ ଏହାକୁ ପସନ୍ଦ କରୁନାହାଁନ୍ତି । ଇତିହାସର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କ୍ଷମା ଦେବେନାହିଁ ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ପକ୍ଷରୁ ୫-ଟି ସଚିବ ଯଦି ରାଜନୀତି କରି ଓଡ଼ିଶାର ଶାସନ ନିୟନ୍ତ୍ରଣ କରିବା ପାଇଁ ଆଗ୍ରହୀ ତବେ ନିଜ ପଦରୁ ଇସ୍ତଫା ଦେଇ ବିଜୁ ଜନତା ଦଳର ସଭାପତି ବନିଯାଆନ୍ତୁ ବୋଲି ଶ୍ରୀ ରାଉତ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଭି.କେ ପାଣ୍ଡିଆନ ଓଡ଼ିଶା ରାଜକୋଷର ମନୋମୁଖୀ ଖର୍ଚ୍ଚ, ଅପବ୍ୟୟ ଓ ଅଯଥା ଖର୍ଚ୍ଚ କରି ଦୁର୍ନୀତି ବଢାଇ ଚାଲିଛନ୍ତି ଏବଂ କୋଟି କୋଟି ଓଡ଼ିଶାବାସୀଙ୍କୁ ସେମାନଙ୍କର ପ୍ରାପ୍ୟ ଅଧିକାର ଓ ମର୍ଯ୍ୟାଦାରୁ ବଞ୍ôଚତ କରିଛନ୍ତି ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ କହିଛନ୍ତି ।


