ମଦଭାଟି ବନ୍ଦ ଦାବୀନେଇ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
କବିସୂର୍ଯ୍ୟନଗର , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡଖଇଡା ଗ୍ରମରେ ଥିବା ମଦଭାଟିକୁ ଉଚ୍ଛେଦ କରିବା ଦାବୀନେଇ ସୋମବାର ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ପୂର୍ବରୁ ବହୁଦିନ ଧରି ମଦଭାଟିକୁ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ଚେତାବନୀ ଦେଉଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଗ୍ରାମରେ ଥିବା ମଦଭାଟିରେ ଅସାମାଜିକ ଲୋକେ ମଦପିଇ ମାତାଲ ହେଉଥିବାରୁ ସ୍କୁଲ ଯିବାଆସିବା ପାଇଁ ପିଲାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏଣୁ ତୁରନ୍ତ ମଦଭାଟିକୁ ବନ୍ଦ କରିବା ଦାବୀନେଇ ବହୁ ସମୟ ଧରି ରାସ୍ତା ଅବରୋଧ କରିଥିଲେ , ଯାହାଦ୍ୱାରା ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା । ଖବରପାଇ କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।


