୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୬୪୫ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ଓ ୨୦୧ ଆକ୍ରାନ୍ତ ମୃତ
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୮, ୬୪୫ ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦,୪୫୦,୨୮୪ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୬୪୫ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୦୧ ମୃତ୍ୟୁ ରେକର୍ଡ କରାଯାଇଛି।ଗତ ୨୪ ଘଣ୍ଟାରେ ୨୦୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୦,୯୯୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ୧୯,୨୯୯ ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସମୁଦାୟ ସୁସ୍ଥତାସଂଖ୍ୟା ୧,୦୦,୭୫,୯୫୦ରେ ପହଞ୍ଚିଛି। ସମ୍ପ୍ରତି ଦେଶରେ ସୁସ୍ଥତାହାର ୯୬.୪୨% ବୋଲି କେନ୍ଦ୍ର ସରକାର କହିଛନ୍ତି।


