ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ : ଶ୍ରମିକଙ୍କ ବଦଳରେ ମେସିନି କରୁଛି କାମ

ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି । ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବା ପରିବର୍ତ୍ତେ ମେସିନିରେ କାମ କରାଯାଉଥିବା ଅଭିଯୋଗ ହୋଇଛି । ପଞ୍ଚାୟତର ମନୋହରପୁର ଗ୍ରାମରେ ଗୋବିନ୍ଦ ପାଣିଗ୍ରାହୀ ଘର ଠାରୁ ଶରତ ମୁଖୀ ଘର ପର୍ଯ୍ୟନ୍ତ ଏକ ମାଟି ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମ ପଞ୍ଚାୟତ ପକ୍ଷରୁ ଦାବି କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ  ଏହାକୁ ଅନୁମୋଦନ ମିଳିଛି । ଯାହାର କ୍ରମିକ ନଂ ହେଉଛି ୨୪୦୩୦୦୯୦୨୬/ଆରସି/୧୦୫୨୩୧୩୫ । ପ୍ରକାଶ ଥାଉକି, ଉକ୍ତ ରାସ୍ତା ପାଇଁ ଅନୁମୋଦନ ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟାଦେଶ ମିଳିନାହିଁ । ମନରେଗା ଯୋଜନାରେ କାର୍ଯ୍ୟାଦେଶ ମିଳିବା ପରେ ଶ୍ରମିକ ମାନଙ୍କ ଦ୍ୱରା କାର୍ଯ୍ୟ ସମ୍ପାଦାନ କରିବା ପାଇଁ ନିୟମ ଥିଲେ ମଧ୍ୟ ଶାଳଣିଆଁ ସରପଞ୍ଚ ଓ ବିଭାଗୀୟ ଅଧିକାରୀ ସବୁ ନିୟମକୁ ଜଳାଞ୍ଜଳି ଦେଇ ଏକ ଜେସିବି ସାହାଯ୍ୟରେ ରାସ୍ତା ନିର୍ମାଣ କରୁଛନ୍ତି । ରାସ୍ତା ନିର୍ମାଣ ହେଉଥିବା ଜମିର ପ୍ଲଟ୍ ନଂ ଯଥାକ୍ରମେ ୪୯୨ ଓ ୪୯୫ ଅଟେ । ଉଭୟ ଜମି ଗୋଚର କିସମର । ଗୋଚର ଜମି ରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିବାପାଇଁ ନିୟମ ନଥିବା ବେଳେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ୍ କର୍ମଚାରୀ ଆଇନ ର ଉଲଙ୍ଘନ କରିବା ସହ ନିଜ ପଦ-ପଦବୀ ର ଅପବ୍ୟବହାର କରି ଅର୍ଥ ଲୋଭରେ ଏଭଳି ବେଆଇନ୍ ରାସ୍ତା ନିର୍ମାଣ କରୁଛନ୍ତି । ସୂଚନା ଥାଉକି  ମନୋହରପୁର ଗ୍ରାମକୁ ଏକ ଚଉଡ଼ା ରାସ୍ତା ଥିବାବେଳେ ଚଞ୍ଚକତା କରି ସରକାରୀ ଅର୍ଥକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଗୋଚର ଜମି ଉପରେ ସମାନ୍ତରାଳ ଭାବେ ଏହି ମାଟି ରାସ୍ତାଟି ନିର୍ମାଣ କରାଯାଉଛି । ପଞ୍ଚାୟତରେ ଗୋଚର ଜମି ଉପରେ ବାରମ୍ବାର ବେଆଇନ କାର୍ଯ୍ୟ ଚାଲୁଥିବା ବେଳେ ହାଟଡ଼ିହି ତହସିଲ୍ ଓ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଆଗାମୀ ଦିନରେ ଏଭଳି ବେଆଇନ କାର୍ଯ୍ୟ ବିରୁଦ୍ଧରେ ପଞ୍ଚାୟତବାସୀ ଆନ୍ଦୋଳନ କରିବାପାଇଁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ