ମନ୍ଦାର ମା’ଭରାଣ୍ଡି ଶିଶୁମନ୍ଦିରରେ ବାର୍ଷିକ ଉତ୍ସବ ସହ ସ୍ମୃତି ଚାରଣ

ପୋଲସରା,(ଅନିଲ କୁମାର ମହାରଣା): ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମରେ ଥିବା ମା ଭରାଣ୍ଡି ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ନିରାଡ଼ମ୍ବର ଭାବରେ ପାଳିତ ହେବାସହ ବରିଷ୍ଠ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ସନାତନ ପଣ୍ଡା ଓ ବିଦ୍ୟାଳୟର ମେରୁଦଣ୍ଡ ତଥା ପୂର୍ବତନ ପ୍ରଧାନଶିକ୍ଷକ ସ୍ୱର୍ଗତ ଦିଲୀପକୁମାର ନନ୍ଦଙ୍କ ସ୍ମୁତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କାଳୁ ଚରଣ ନାୟକ, ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବୀ ରଘୁନାଥ ପଣ୍ଡା,ମୁଖ୍ୟ ବକ୍ତା ନବୀନକିଶୋର ସାହୁ, ବରିଷ୍ଠ ଆଇନଜୀବୀ ବ୍ରଜବନ୍ଧୁ ଦଳବେହେରା,ଗ୍ରାମ ସଭାପତି ଅଭିମନ୍ୟୁ ଜେନା, ଅନୁଷ୍ଠାନର ହୃଷିକେଶ ବିଶୋଇ, ଧ୍ରୁବ ନାୟକ, ଧରଣୀଧର ନାୟକ, ପୂର୍ବତନ ଛାତ୍ର ସୂର୍ଯ୍ୟମଣି ପାତ୍ର, ରାଜା ପାତ୍ର, ଦୁର୍ଗାମାଧବ ପଣ୍ଡା, ରୁଦ୍ରପ୍ରସାଦ ପଣ୍ଡା ସହ ସମସ୍ତ ଗୁରୁମା ଉପସ୍ଥିତ ଥିଲେ। ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟୟା ରଶ୍ମିତା ଦଳବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ