ଅର୍ଥଲୁଟ କରିବା ଘଟଣାରେ ପ୍ରଧାନଶିକ୍ଷକଙ୍କ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜନୈକ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ଠାରୁ ୩୨ହଜାର ଟଙ୍କା ଲୁଟ ହୋଇଥିବା ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କାଇପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ତାଙ୍କ ଘର ରଙ୍ଗକାମ କରିଥିବା ମିସ୍ତ୍ରୀଙ୍କର ମଜୁରୀ ବାବଦ ଅର୍ଥ ୩୦ହଜାର ଟଙ୍କା ଧରି ସେ ସ୍କୁଲକୁ ଯାଇଥିଲେ । କାଇପଡା ହାଇସ୍କୁଲରୁ କାମସାରି ଘରକୁ ଫେରୁଥିବା ବେଳେ ଗତ ବୁଧବାର ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ କାଇପଡାରୁ ରାମନାୟକଡିଆ ରାସ୍ତାର ସୁବଳପୁର ଜେନାସାହି ନିକଟରେ ଦୁଇ ରଙ୍ଗମିସ୍ତ୍ରୀଙ୍କୁ ପୂର୍ବରୁ କହିଥିବା ଅନୁଯାଇ ୩୦ହଜାର ଟଙ୍କା ଗଣି ଦେଉଥିବା ବେଳେ ଅଳପୁଆ ପଂଚାୟତ ସୁବଳପୁର ଜେନାସାହି ଗ୍ରାମର କବି ଜେନାଙ୍କ ଜ୍ୱାଇଁ ସାଲୁ ଜେନା ଓ ସନାତନ ଜେନାଙ୍କ ପୁଅ ବତାସିଆ ଜେନା ଦଉଡି ଆସି ସେହି ୩୦ହଜାର ଟଙ୍କା ସମେତ ପ୍ରଧାନ ଶିକ୍ଷକଙ୍କ ମନିପର୍ସରେ ଥିବା ୨ହଜାର ଟଙ୍କା ଜୋରଜବରଦସ୍ତି ଛଡାଇ ନେଇଥିବା ସେ ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଏଥିସହିତ ପ୍ରଧାନ ଶିକ୍ଷକ ଶ୍ରୀ ମଲ୍ଲିକ ଓ ୨ରଙ୍ଗମିସ୍ତ୍ରୀ ଏହାର ପ୍ରତିବାଦ କରିବାରେ ସେମାନେ ପ୍ରଧାନ ଶିକ୍ଷକ ଶ୍ରୀ ମଲ୍ଲିକ ଓ ୨ରଙ୍ଗମିସ୍ତ୍ରୀଙ୍କୁ ନିସ୍ତୁକ ମାଡ ମାରିବା ସହ ଜୀବନରେ ମାରିଦେବାକୁ ଏକ ଲୁହା କଟୁରୀ ଧରି ଗୋଡାଇବାରୁ ସେମାନେ ସେଠାରୁ ଦୈାଡି ପଳାଇଆସି ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ