ମହାଦେବ ସେନା ପକ୍ଷରୁ ସାଂସ୍କୃତିକ ବିପ୍ଲବର ଅୟମାରମ୍ଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ମହାଦେବ ସେନା ପକ୍ଷରୁ ସାଂସ୍କୃତିକ ବିପ୍ଲବର ଅୟମାରମ୍ଭ କରାଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗିରିମଠ ପରିସରରେ ସେନାର ଉପଦେଷ୍ଟା ଆଇନଜୀବୀ ପ୍ରଦିପ କୁମାର ଦାଶଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗବେଷକ ନିରଞ୍ଜନ ମେକାପ, ଡଃ. ସୂର୍ଯ୍ୟମଣୀ ପଣ୍ଡା, ନରୋତ୍ତମ ଜେନା, ମଧୁସୁଦନ ବାରିକ, ଅମୂଲ୍ୟ ରାଉତ, ମୃତ୍ୟୁଞ୍ଜୟ ପରିଡା, ନାରାୟଣ ମଲ୍ଲିକ, ଧନେଶ୍ୱର ଦାସ, ଅଲେଖ ନାୟକ, ଦେବେସ ଦାସ, ବିବେକ ନାୟକ, ଜୟଦେବ ସିଂ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ସେନା ପକ୍ଷରୁ ସାମାଜିକ ଓ ସାଂସ୍କୃତିକ ବିପ୍ଲବ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଅବସରରେ ସେନାର କର୍ମକର୍ତ୍ତାମାନେ ଗିରିମଠ ପରିସରରେ ୨ଟି କଦଳି ଗଛ ପକାଇଥିଲେ । କେନ୍ଦ୍ରାପଡାର ସମସ୍ତ ଶୈବପୀଠରେ ସ୍ୱଛତା ରକ୍ଷା କରାଯିବା ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତିମୂର୍ତ୍ତି ଗୁଡିକୁ ସଫେଇ କରାଯିବା ସହିତ ଅବକ୍ଷୟମୁଖି ସମାଜରେ ଧର୍ମ ଭାବନାର ଚେତନା ଜାଗ୍ରତ କରାଇବାକୁ ନିଷ୍ଠାପର ଉଦ୍ୟମ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶେଷରେ କେଦାର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।


