ମହାନ୍ତିପଡାରେ ନୂତନ ପିଇଓଙ୍କ ଯୋଗଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପଞ୍ଚାୟତ ସମିତିର ଆଦେଶନାମା ସଂଖ୍ୟା-୧୮୯୬/ତା-୧୫-୭-୨୦ ମୂଳେ ମହାନ୍ତିପଡା ଗ୍ରାମ ପଞ୍ଚାୟତରେ ନୂତନ ପିଇଓ ଭାବେ ସଂଗୀତାରାଣୀ ପାଣିଗ୍ରାହୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି । ଯୋଗଦାନ ସମୟରେ ଗ୍ରାମ ପଞ୍ଚାୟତର ସମସ୍ତ ଜନପ୍ରତିନିଧି, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ମହାସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ । ଯୋଗଦାନ ସମୟରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା ଉପସ୍ଥିତ ଥିଲେ ।


