ସବୁ କଳ୍ପନା ଜଳ୍ପନାର ଅବସାନ: ବିଡିଓଙ୍କ ଉପସ୍ଥିତିରେ ବଡବର୍ଚ୍ଚିକୟାଁ ପଞ୍ଚାୟତ କାର୍ଯ୍ୟାଳୟ ଛାତ ପଡିଲା

ବନ୍ତ, (ଚାନ୍ଦିନୀ ମହାନ୍ତି):ଗତ ୨୦୧୬ ମସିହାରେ ଗ୍ରାମ ପଞ୍ଚାୟତ ପୂନର୍ଗଠନ ହୋଇ ବନ୍ତ ବ୍ଲକର ୩ଟି ନୂତନ ଗ୍ରାମ ପଞ୍ଚାୟତ ଗଠିତ ହୋଇଥିଲା । ସେଥିମଧ୍ୟରେ କାଦବରାଙ୍ଗ ଗ୍ରାମ ପଞ୍ଚାୟତ ରହିଥିଲା । ଏହାର ଏକ ନୂତନ କାର୍ଯ୍ୟାଳୟ ଘର ନିର୍ମାଣ ପାଇଁ ଓଡିଶା ସରକାର ୨୦୧୭-୧୮ ଆର୍ଥିକ ବର୍ଷରେ ୩୪ ଲକ୍ଷ ୭୦ ହଜାର ଟଙ୍କା ଅର୍ଥ ମଞ୍ଜୁର କରିଥିଲେ । ପରେ ରାଜସ୍ୱ ବିଭାଗ ଦ୍ୱାରା ଜାଗା ଚିହ୍ନଟ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ପାଇଁ ବ୍ଲକ ପ୍ରଶାସନ ତରଫରୁ କାର୍ଯ୍ୟ ଦ୍ରୁତଗତିରେ ଚାଲୁଥିବା ବେଳେ ସେହି ଗ୍ରାମ ପଞ୍ଚାୟତର କିଛି ବ୍ୟକ୍ତି ନିର୍ମାଣଧିନ ଗୃହଟି ଠିକ୍ ପ୍ଲଟରେ ହେଉନଥିବା ଦର୍ଶାଇ ଜୁଲାଇ ୨୨ ତାରିଖରେ ଉଚ୍ଚ ନ୍ୟାୟାଳୟରେ ଏକ ପି.ଆଇ.ଏଲ. କରିଥିଲେ । ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଉପରେ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ବ୍ଲକ ପ୍ରଶାସନ ତରଫରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଛାତ ପକା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ନିଜେ ବିଡିଓ ରେବେକା ବିଲୁଙ୍ଗ, ଜିପିଇଓ ନିଶିକାନ୍ତ ଖୁଣ୍ଟିଆ, ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ବିଶ୍ୱାଳ, ପିଇଓ ସଂଗୀତାରାଣୀ ପାଣିଗ୍ରାହୀ,ସରପଞ୍ଚ ବିଷ୍ଣୁ ମୋହନ ଜେନା ଏବଂ ଗ୍ରାମ ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା ମାନଙ୍କ ଉପସ୍ଥିତିରେ ଛାତ ପକା କାର୍ଯ୍ୟ ତଦାରଖ ସହିତ ସମାପନ କରାଯାଇଛି । ପ୍ରକାଶ ଥାଉକି, ଏହି ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ଅସ୍ଥାୟୀ ଭାବେ କମ୍ୟୁନିଟ୍ ସେଣ୍ଟରରେ ଚାଲୁଥିବାରୁ ବିଭିନ୍ନ ଅସୁବିଧା ହେଉଛି । ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ସମସ୍ତ ପଞ୍ଚାୟତ ପ୍ରତିନିିଧି ମାନେ ବିଡିଓଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ