ମହାବୀର କ୍ରିକେଟ ଟୁର୍ଣ୍ଣ।ମେଣ୍ଟ କଉଡ଼ିଆ ଗ୍ରାମକୁ ପରାଜିତ କରି ନାରାୟଣ ପୁର ଚାମ୍ପିୟନ

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ସାନଖେମୁଣ୍ଡି ବ୍ଳକ କଙ୍କୋରଡ଼ା ଗ୍ରାମ ରେ ଚାଲିଥିବା ମହାବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନାରାୟଣ ପୁର କ୍ରିକେଟ ଟିମ୍ ପ୍ରତିପକ୍ଷ କଉଡ଼ିଆ କ୍ରିକେଟ ଟିମ୍ କୁ ପରାଜିତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଗ୍ରାମ ଖେଳ ପଡିଆ ଠାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଏବଂ ଉପ ବିଜେତା ଟିମ କୁ ପୁରସ୍କାର ବିତରଣ କରିଥିଲେ। ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ଆଇନଜୀବି ଅରବିନ୍ଦ ନାହାକ, ଗୌରୀଶଙ୍କର ରଣା, ରୋହିତ ପ୍ରଧାନ, ଅଶୋକ ଖୁଣ୍ଟିଆ, ତ୍ରିନାଥ ମହାନ୍ତି, ଯୋଗେନ୍ଦ୍ର ଜେନା, ବନବାସୀ ନାହାକ ଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ। ଗ୍ରାମର ଶ୍ରୀ ଚୈତନ୍ୟ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ