ଚିକିଟିରେ ମନରେଗା ଦୁର୍ନୀତି କୁ ଘଣ୍ଟ ଘୋଡାଉଛି ପ୍ରଶାସନ

ଚିକିଟି, (କୁରେସ ସାହୁ):ଚିକିଟି ବ୍ଲକ କେ ନୁଆଗାଁ ପଞ୍ଚାୟତ ନୂଆଗାଁ ମୁଖ୍ୟ ରୋଡ ଘନେଶ୍ୱର ଶିବ ମନ୍ଦିର ସମ୍ମୁଖରେ ଥିବା ସୁନାରି ବନ୍ଧ ର ସାଇଡ କାନ୍ଥ  ଭୁଶୁଡ଼ି ପଡିଛି।ମ ନରେଗା ଯୋଜନା ରେ ୧୦ ଲକ୍ଷ ଟଙ୍କା ବିନିମୟରେ ପୋଖରୀ ର ସୌନ୍ଦର୍ଯ୍ୟ କରଣ ଏବଂ ହିଡ ସୁରକ୍ଷା ପାଇଁ ସାଇଡ଼ କାନ୍ଥ କରାଯାଇଛି। କାର୍ଯ୍ୟ ନ ସରୁନୁ କାନ୍ଥଟି ଭାଙ୍ଗି ଯାଇଥିଲା ନିମ୍ନ ମାନର କାମ ଯୋଗୁଁ।ଏ କଥା ବିଭିନ୍ନ ଗଣମାଧ୍ୟମ ରେ ବାହାରିବା ପରେ ଉକ୍ତ କାନ୍ଥ କୁ ପୁନଃ ନିର୍ମାଣ କରାଯାଉଛି।ଏ ସଵୁ ପ୍ରଶାସନ ଜାଣି ମଧ୍ୟ ନ ଜାଣିଲା ଭଳି ରହିବା ର କାରଣ କଣ ନିଜ ଅପାରଗତା ନା କାହାର ଚାପ ରହିଚି ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।ନିର୍ମାଣ ବେଳେ ସ୍ଥାନୀୟ ପ୍ରଶାସନ କିମ୍ବା କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ ର ତଦାରଖ କରିଥିଲେ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଯଦି କରିଛନ୍ତି ତା ହେଲେ କନିଷ୍ଠ ଯନ୍ତ୍ରୀ ଙ୍କ ଦକ୍ଷତା ଅଭାବ ନା ଭିତିରିଆ କଣ ସଲସୁତୁରା ରହିଛି ତାହା ସନ୍ଦେହ ଜନକ।କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ କାନ୍ଥ ପଡିଯିବା ଭଳି ଘଟଣା ମୁଖ୍ୟ ରାସ୍ତା ଏବଂ ପଂଚାୟତ କାର୍ଯ୍ୟାଳୟ ନିକଟରେ ହେବା ଘଟଣା ନିର୍ବାହୀ ଅଧିକାରୀ ଓ ବିଡ଼ିଓ କିପରି ଜାଣିପାରୁନାହାନ୍ତି ତାହା ସମସ୍ତ ଙ୍କୁ ଚକିତ କରିଛି।କେବଳ ଗୋଟିଏ ଗାଧୁଆ ତୋଠ ରେ କାମ ସାରିଦିଆ ଯାଇଥିବା ବେଳେ ଆଉଗୋଟେ ତୁଠ ପାଇଁ ମଧ୍ୟ ଦାବି ରହିଥିଲା।ତେବେ ଜିଲ୍ଲା ପ୍ରଶାସନ ମଧ୍ୟ କିପରି ଏ ସମ୍ପର୍କରେ ଜାଣିପାରୁନି ଏବଂ ଏ ପରି ଖୋଲା ଖୋଲି ଭାବେ ମ ନରେଗା ଯୋଜନା ର ଦୁର୍ନୀତି କୁ ପ୍ରଶ୍ରୟ ଦିଆଯାଉଛି ତାକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି।ଗ୍ରାମାଞ୍ଚଳ ର ଲୋକଙ୍କ ସ୍ଵାଭିମନ ବଢ଼ାଇବା ଏବଂ ଉନ୍ନତି କରଣ ରେ ସହାୟତା ପାଇଁ ଏ ଯୋଜନା ବିରାଟ ପାହାଡ ଭଳି ଠିଆ ହୋଇଥିବା ବେଳେ ଖୋଲା ଖୋଲି ଦୁର୍ନୀତି କୁ ଭୀଭିନ୍ନ ସ୍ତର ରୁ ନିନ୍ଦା କରାଯାଇଛି।ପୁନଃ ନିର୍ମାଣ କରି ଭୁଲ ସୁଧାରୀ ବାକୁ ପ୍ରାୟସ ଚାଲିଥିବା ବେଳେ ସମ୍ପୂର୍ଣ୍ଣ ବିଲ ମଧ୍ୟ ହୋଇନଥିବା ସୂଚନା ରହିଛି।ତେଣୁ ଏ ଘଟଣା ର ଭିଜିଲାନ୍ସ ତଦନ୍ତ କରି ଦୁର୍ନୀତି ର ପର୍ଦ୍ଧା ଫାସ କରି ଘଟଣାର ଘଣ୍ଟ ଘୋଡାଇବା ନେଇ ସହଯୋଗୀ ଙ୍କୁ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନେବା କୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ