ମହାରାଜା ହାଇସ୍କୁଲ ତରଫରୁ ଜାତୀୟ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରସ୍ତୁତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ବିଭାଗ ତରଫରୁ ଜାତୀୟ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ବୃଷକେତୁ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଧାନଚାଷ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି । କେଉଁ କାରଣରୁ ଧାନଚାଷ ବ୍ୟାଘାତ ଘଟୁଛି, ଫସଲର ନଷ୍ଟ ହେଉଛି, ଏହାର ସମାଧାନ ପାଇଁ ସ୍ୱଳ୍ପକାଳୀନ ଧାନଚାଷକୁ ବ୍ୟବହାର କରିବା ପାଇଁ ଶିକ୍ଷୟତ୍ରୀ ସସ୍ମିତା ମିଶ୍ର ଓ ଜସ୍ମିନ ପାଢିଙ୍କ ତତ୍ୱାବଧାନରେ ଛାତ୍ରମାନଙ୍କୁ ବିଭିନ୍ନ ସାହି ଓ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଚାଷଜମି ପରିଦର୍ଶନ କରାଇ ତଥ୍ୟ ସଂଗ୍ରହ କରୁଛନ୍ତିି । ଚାଷଜମି ଗୁଡିକ ବର୍ଷା ଅଭାବରୁ ଏବଂ ଅନିୟମିତ ବର୍ଷା ଯୋଗୁଁ କିଭଳି ନଷ୍ଟ ହେଉଛି ଏବଂ ଏହାର ନିରାକରଣ ପାଇଁ ସ୍ୱଳ୍ପକାଳୀନ ଧାନଚାଷ କିଭଳି ଆପଣେଇ ହେବ ସେହି ସମ୍ବନ୍ଧରେ ସଚେତନତା ଓ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରୟାସ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବୋଲି ମତ ପ୍ରକାଶ ପାଇଛି । ସଂଗ୍ରହ କରାଯାଉଥିବା ଧାନ ସମ୍ବନ୍ଧୀୟ ତଥ୍ୟକୁ ଜାତୀୟ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପାଇଁ ପ୍ରସ୍ତୁତି କରିବାରେ ସହାୟକ ହେବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ