ମହିଳା ଆଇନଜୀବୀଙ୍କୁ ସବୁ କ୍ଷେତ୍ରରେ ମିଳୁ ସୁବିଧା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଅଲ ଓମେନ୍ସ ଆଡଭୋକେଟ୍ ଫୋରମ ଏବଂ ଆଖିଲ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଂଚ ମିଳିତ ଅନୁକୂଳରେ ମଧୁ ଜୟନ୍ତି ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫୋରମର ଅଧକ୍ଷା ହରପ୍ରିୟା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ପ୍ରଥମ ମହିଳା ସୁଲୋଚନା ଦାସ, ସମ୍ମାନୀତ ଅତିଥି ଭାବେ ସାସଂଦ ମୁନ୍ନା ଖାଁ, ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରା, ମୁଖ୍ୟ ବକ୍ତା ଭାବେ ଆଇନଜୀବୀ ପରିଷଦର ପୂର୍ବତନ ସଭ୍ୟ ବିଭୂ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଓଡ଼ିଶାର ପ୍ରଥମ ଓକିଲ ମଧୁ ବାବୁଙ୍କୁ ସ୍ମରଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଦସ୍ୟମାନେ ଏହି ଆଲୋଚନାରେ ଭାଗ ନେଇ ମହିଳା ଆଇନଜୀବୀଙ୍କୁ ସବୁ କ୍ଷେତ୍ରରେ ସୁବିଧା ମିଳୁ, ଯଥା ଭୁବନେଶ୍ୱର କୋର୍ଟରେ ସରକାରୀ ଓକିଲ ନିଯୁକ୍ତି କରିବା, ରାଜ୍ୟ ଆଇନଜୀବୀ ପରିଷଦ ଲଢ଼ିବାକୁ ସ୍ଥାନ ସଂରକ୍ଷଣ କରିବାକୁ ଦାବି କରିଥିଲେ । ଏହି ଅବସରରେ ତ୍ସୀ ଓ ପ୍ରସ୍ତୁତି ବିଭାଗ ଡାକ୍ତର ଶିଶିର ମହାପାତ୍ର, ଭେଷଜ ବିଭାଗ ଡାକ୍ତର ଶିଶିର ମହାପାତ୍ର,ସିଇଟି ଇଞ୍ଜିନିୟରିଂ କଲେଜ୍‌ର ଅଧ୍ୟକ୍ଷ ପିକେ ପାତ୍ର, ବେଜ୍ଞାନିକ ନିରଞ୍ଜନ ସ୍ୱାଇଁ, କରୋନା ଯୋଦ୍ଧା ଭାବେ ଆଇନଜୀବୀ ଲିଙ୍ଗରାଜ ସାହୁଙ୍କୁ ଏଥି ସହ ବିଭିନ୍ନ କବି ଓ ଯୁବ ଆଇନଜୀବୀଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ରଞ୍ଜିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ମନପ୍ରିତ ଭାବ୍ରା । ଶେଷରେ ବିଷ୍ଣୁପ୍ରୀୟା ପୃଷ୍ଟି ଧନ୍ୟାବାଦ ପ୍ରଦାନ କରିଥିଲେ । ଏଥିରେ ବହୁ ଆଇନଜୀବୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ