ଯୋଡ଼ାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ଯୋଡ଼ା, (ସମୀର କୁମାର ଦାସ) :ଯୋଡ଼ା ପୌରାଞ୍ଚଳର ସଭାଗୃହ ଠାରେ ବଡବିଲ ତହସିଲଦାର ଆଲୋକ କୁମାର ପଟେଲଙ୍କ ନେତୃତ୍ଵରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଡ ବିଲ ଏସ୍ ଡି ପି ଓ ହିମାଂସୁ ଭୂଷଣ ବେହେରା, ଯୋଡ଼ା ଥାନା ଅଧିକାରିଣୀ ପଦ୍ମାଳୟ ସାହୁ, ଯୋଡା ପୌରାଞ୍ଚଳ ଅଧ୍ୟକ୍ଷ ଡଃ ଜଗଦିସ ପ୍ରସାଦ ସାହୁ, ଡଃ ଅନିଲ କୁମାର ଦାସ ଉପସ୍ଥିତ ଥିଲେ ।ତେବେ ଏହି ଶାନ୍ତି କମିଟି ବୈଠକରେ ଯୋଡା ପୌରାଞ୍ଚଳର ୨ ସାମ୍ପ୍ରଦାୟର ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲୋଚନା କରାଯାଇଥିଲା କି ଯୋଡ଼ା ସହରର ଭାଇ ଚାରା ବଜାୟ ରହୁ, ପୂର୍ବରୁ ଯେମିତି ଶାନ୍ତିପୂର୍ଣ୍ଣ ଭାବେ ଭାଇ ଚାରା ହୋଇ ଦୁଇ ସମ୍ପ୍ରଦାୟର ପର୍ବ ପର୍ବାଣୀ ପାଳନ ହୋଇ ଆସୁଥିଲା ଏବଂ ଆଗକୁ ଇଦ୍ ପର୍ବ ଥିବାରୁ କିପରି ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ଯୋଡା ର ବୁଦ୍ଧିଜୀବି ଶିରିଶ ମହାନ୍ତି, ମଦନ ମହନ ବାରିକ, ପୁରୁଷତ୍ତମ ଦାସ, ଚତୁଭୁର୍ଜ ଆପଟ୍ଟ, ସୁଶାନ୍ତ ବାରିକ, ନିର ବହିଦାର, ମାୟା ପାତ୍ର ଏବଂ ମୁସଲିମ ସମ୍ପ୍ରଦାୟର ବୁଦ୍ଧିଜୀବି ପ୍ରମୂଖ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ