ମାତୃପିତୃ ପୂଜନ ଉତ୍ସବ ଅନୁଷ୍ଠିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :- ଫେଵୃୟାରୀ ୧୪ତାରିଖ ଠାରୁ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ମାତୃପିତୃ ପୂଜନ ଉତ୍ସବ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ବ୍ଲକ ଅଧିନ ମାଳଦା ପଞ୍ଚାୟତ ରଘୁନାଥପୁର ଠାରେ ରଶ୍ମିତା ରାଉତଙ୍କ ସଂଯୋଜନାରେ ମାତୃପିତୃ ପୂଜନ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଆଶୁତୋଷ ବଳ ଓ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ପବନ କୁମାର ନାୟକ ଯୋଗଦେଇ ଫେବୃଆରୀ ୧୪ ଭାଲେଣ୍ଟାଇନ ପରିବର୍ତ୍ତେ ସମସ୍ତେ ଏହିଦିନରେ ମା ବାପାଙ୍କ ପୂଜା କରିବା ଉଚିତ ବୋଲି କହିଥିଲେ । ଉତ୍ସବରେ ଗାଁ ର ଅନେକ ମା ବାପା ଯୋଗଦେଇଥିବା ବେଳେ ଉପସ୍ଥିତ ସନ୍ତାନ ମାନେ ବୈଦିକ ବିଧି ଅନୁଯାୟୀ ସେମାନଙ୍କୁ ପୂଜାର୍ଚ୍ଚନା କରିଥିଲେ । କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ ।


