ସରପଞ୍ଚ ପ୍ରାର୍ଥୀଙ୍କ ଘର ଘର ବୁଲି ନିର୍ବାଚନ ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରସନ୍ନ କୁମାର ମଲିକ ସେହି ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଘରକୁ ଘର ବୁଲି ତାଙ୍କ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି । ଯୁବନେତା ଶ୍ରୀ ମଲିକ ଗତ ୨୦୦୮ମସିହାରେ ଅନୁଷ୍ଠିତ ପଞ୍ଚାୟତ ଉପନିର୍ବାଚନରେ ଜିତି ୨୦୧୨ମସିହା ପର୍ଯ୍ୟନ୍ତ ଭରତପୁର ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ । କାରଣ ଗତ ୨୦୦୭ ମସିହାରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅବସରପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ଯଶୋବନ୍ତ ମଲିକ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୭ମସିହା ନଭେମ୍ବର ମାସରେ ତାଙ୍କର ବିୟୋଗ ହୋଇଯିବାରୁ ୨୦୦୮ମସିହାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଉପନିର୍ବାଚନରେ ସରପଞ୍ଚ ଭାବେ ପ୍ରସନ୍ନ ବିଜୟୀ ହୋଇ ଜନସାଧାରଣଙ୍କ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ । ତାଙ୍କର ଅମାୟିକ ବ୍ୟବହାର ଓ ସାଧାରଣ ଲୋକଙ୍କୁ ଭଲପାଇବା ଯୋଗୁଁ ସେ ବହୁତ ଶୀଘ୍ର ଲୋକମାନଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ତାଙ୍କର ସେହି ବିକାଶ ମୂଳକ କାର୍ଯ୍ୟ ଓ ଲୋକମାନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନକୁ ପାଥେୟ କରି ପ୍ରସନ୍ନ ଘରକୁ ଘର ବୁଲି ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ