ମାସ୍କ ନ ପିନ୍ଧିଲେ ଜରିମାନା

ଭୁବନେଶ୍ୱର : ଆଜିଠାରୁ ସାରା ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଘରୁ ବାହାରକୁ ଆସିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ତେବେ ଯିଏ ମାସ୍କ ନିପିନ୍ଧିବେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ । ମାସ୍କ ପିନ୍ଧିନଥିଲେ ପ୍ରଥମ ଭୁଲ ପାଇଁ ୨୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ଦ୍ୱିତୀୟ ଓ ତୃତୀୟ ଥର ଭୁଲ ପାଇଁ ବି ୨୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । କିନ୍ତୁ ଏହାଠାରୁ ଅଧିକ ଭୁଲ କଲେ ଅଧିକ ଜରିମାନା ଆଦାୟ କରାଯିବ । ଅର୍ଥାତ ତିନିରୁ ଅଧିକ ଥର ଭୁଲ କଲେ ୫ ଶହ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିବ । ଲୋକମାନଙ୍କୁ ସଚେତନ କରିବା ସହ ସେମାନେ ଯେଭଳି ମାସ୍କ ପିନ୍ଧିବାକୁ ବାଧ୍ୟ ହେବେ ତାହାକୁ ଆଖିଆଗରେ ରଖି ସରକାର ଜରିମାନାର ବ୍ୟବସ୍ଥା କରିଛନ୍ତି । ସୂଚନାଯୋଗ୍ୟଯେ, ସ୍ୱତନ୍ତ୍ର ରିଲିଫ କମିଶନର ଅପ୍ରେଲ ୯ରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିସାରିଛନ୍ତି । ମାସ୍କ ନଥିଲେ ରୁମାଲ, ଗାମୁଛା ଓ ଓଢ଼ଣୀକୁ ବି ମାସ୍କ ଭାବେ ବ୍ୟବହାର କରାଯାଇପାରିବ । ତେବେ ଏହା ଦୁଇ ଲେୟାର ହେବା ଦରକାର । ଏତଦବ୍ୟତୀତ ମାସ୍କକୁ ଦ୍ୱିତୀୟ ଥର ବ୍ୟବହାର କରିବା ପୂର୍ବରୁ ୫ ଘଂଟା ଖରାରେ ଶୁଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ