ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ୍‌

ଆମେରିକା : କରୋନା ଭାରଇସ୍‌ ଚିକିତ୍ସାରେ ଉପଯୋଗ ହେଉଥିବା ଔଷଧ ହାଇଡ୍ରୋକ୍ସିକ୍ଲୋରାକୁଇନ୍‌ର ରପ୍ତାନୀ ଅନୁମତି ମିଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ଧନ୍ୟବାଦ କରିଛନ୍ତି । ଟୁଇଟ୍‌ ଯୋଗେ ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ, ସଂକଟ ସମୟରେ ବନ୍ଧୁମାନଙ୍କ ଭିତରେ ସହଯୋଗ ଅତ୍ୟନ୍ତ ଆବଶ୍ୟକତା ହୋଇପଡିଥାଏ । ହାଇଡ୍ରୋକ୍ସିକ୍ଲୋରାକୁଇନ୍‌ ଉପରେ ନିଷ୍ପତ୍ତି ପାଇଁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି । ଭାରତର ସାହାଯ୍ୟକୁ କେବେ ଭୁଲି ହେବ ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି । ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଭାରତ ଏଭଳି ସହଯୋଗ କରି ପ୍ରକୃତ ମାନବିକତାର ପରିଚୟ ଦେଇଛି ବୋଲି କହିଛନ୍ତି ଟ୍ରମ୍ପ୍‌ ।
କରୋନ ସଂକଟ ସହ ଲଢେଇ କରୁଥିବା ଆମେରିକା ଭାରତର ସାହାଯ୍ୟ ଚାହିଁଥିଲା । ଏହି ସାହାଯ୍ୟ ମଧ୍ୟରେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ଏକ ଧମକ ଭରା ବୟାନ ସାମ୍ନାକୁ ଆସିଥିଲା । କିନ୍ତୁ ଏହି ବୟାନର ୨୪ ଘଣ୍ଟା ପରେ ତାଙ୍କର ସ୍ବର ନରମି ଥିଲା । ଏହାପରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ରପ୍ତାନୀ ଉପରେ ଯେଉଁ ରୋକ୍ ଲଗାଇଥିଲା ତାହାକୁ କିଛି ସର୍ତ୍ତ ଆଧାରରେ ପ୍ରତିବନ୍ଧକ ହଟାଇଛି। ପଡ଼ୋଶୀଙ୍କୁ ସହଯୋଗ ଏବଂ ମାନବିକତାକୁ ପ୍ରାଥମିକତା ଦେଇ ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବ ବୋଲି କହିଛି। ଭାରତ ମେଡିସିନ୍‌ ପଠାଇବ ବୋଲି କହିବା ପରେ ଆମେରିକାର ରାଷ୍ଟ୍ରପତି ମୋଦିଙ୍କୁ ପ୍ରଶଂସା କରିଥିଲେ ମୋଦି ଜଣେ ମହାନ ଏବଂ ଜଣେ ଭଲ ନେତା ବୋଲି କହିଥିଲେ ଟ୍ରମ୍ପ୍‌ । ସୂଚନାଯୋଗ୍ୟ, କରୋନା ଯୋଗୁଁ ଆମେରିକାରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା। ୪ ଲକ୍ଷ ଟପିଥିବାବେଳେ ମୃତକଙ୍କ ସଂଖ୍ୟା ୧୪ ହଜାର ଟପିସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ