ମିଳିଲାନି ସରକାରୀ ଅନୁଦାନ, ଧାରଣାରେ ବସିଲେ ଅବସରପ୍ରାପ୍ତ କର୍ମଚାରୀ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ସ୍ଥିତ ବଉଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ୪ର୍ଥ ଶ୍ରେଣୀ କର୍ମଚାରୀ କାଶିନାଥ ପୁହାଣ ଚାକିରୀରୁ ଅବସର ନେବାପରେ ବି ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରୀ ଅନୁଦାନ ମିଳୁ ନଥିବାରୁ ସେ ଆଜି ଠାରୁ ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେ ଗତ ୨୭/୪/୨୦୨୩ରେ ଏନେଇ ୫ଟି-ସଚିବ, ମୁଖ୍ୟ ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗର ନିଦେ୍ର୍ଦଶକ, ଅଧ୍ୟକ୍ଷ ବଉଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସୋସୋ, ଏବଂ ଆନନ୍ଦପୁର ଉପଜିଲ୍ଲାପାଳ ପ୍ରମୁଖଙ୍କୁ ଜଣାଇଥିଲେବି କେହି ତାଙ୍କ ଅଭିଯୋଗ ଉପରେ କୌଣସି ପଦକ୍ଷେପ ନନେବାରୁ ସେ ଆଜି ସକାଳୁ କଲେଜ ସମ୍ମୁଖରେ ଗାନ୍ଧୀ ଫଟୋ ରଖି ଧାରଣାରେ ବସିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ସେ ୧/୮/୧୯୮୬ ମସିହାରୁ ବଉଳା ଯୁକ୍ତ୨ କଲେଜରେ ପିଅନ ଭାବେ କାର୍ଯ୍ୟ କରିଆସୁଥିଲେ । କଲେଜ କର୍ତ୍ତୁପକ୍ଷ ତାଙ୍କୁ ବିନା ଦରମାରେ ଖଟାଉଥିଲେବି ଦୀର୍ଘ ୨୬ବର୍ଷ କାମକରିବାପରେ ବି ତାଙ୍କୁ କୌଣସି ସରକାରୀ ଅନୁଦାନ ଦିଆଯାଇ ପାରିଲାନି । ଗତ ୨୦୨୨ ମସିହାରେ ତାଙ୍କୁ ଅବସର ନେବାକୁ ପଡିଥିଲା । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ଅତ୍ୟନ୍ତ ଦୁଖଃ କଷ୍ଟରେ କାଳାତିପାତ କରୁଛନ୍ତି । ଅବସର ପରେ ସେ ଏନେଇ ଗତ ୫ଟି-ସଚିବଙ୍କୁ ଜଣାଇ ତାଙ୍କୁ ସରକାରୀ ଅନୁଦାନ ଯୋଗାଇ ଦେବାକୁ ନିବେଦନ କରିଥିଲେ । ୫ଟି ସଚିବଙ୍କ ନିଦେ୍ର୍ଦଶ ପରେ ଉଚ୍ଚ ଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ପେସାଲ ଅଫିସର ତଥା ଉପଜିଲ୍ଲାପାଳଙ୍କୁ ତାଙ୍କର ଅବସର ପର୍ଯ୍ୟନ୍ତ ଜିଆଇଏ ଓ ବ୍ଲକ ଗ୍ରାଣ୍ଟ ଦରମା ଦେବାକୁ ଚିଠି କରିଥିଲେ । କିନ୍ତୁ ଉପଜିଲ୍ଲାପାଳ ଏନେଇ ଆଜି ପର୍ଯ୍ୟନ୍ତ ତାଙ୍କ ବାବଦର କୌଣସି ରେକର୍ଡ ପଠାଇଲେ ନାହିଁ । ତେଣୁ ସେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ